ଓଡିଶା

odisha

ETV Bharat / bharat

Poster for Missing Dog: IAS ଅଫିସରଙ୍କ କୁକୁର ନିଖୋଜ, ସାରା ସହରରେ ଲାଗିଲା ପୋଷ୍ଟର

ମଧ୍ୟପ୍ରଦେଶ ଗ୍ବାଲିଅର ଗଳିକନ୍ଦିରେ ଲାଗିଲା କୁକୁର ପୋଷ୍ଟର । ସାରା ସହରରେ IAS ଅଫିସରଙ୍କ ନିଖୋଜ କୁକୁରର ଚାଲିଛି ଖୋଜା । ଅଧିକ ପଢନ୍ତୁ

Poster for Missing Dog
Poster for Missing Dog

By

Published : Apr 3, 2023, 10:58 PM IST

ଭୋପାଳ:ମଧ୍ୟପ୍ରଦେଶ ଗ୍ବାଲିଅର ସହରର ଗଳି କନ୍ଦିରେ ଲାଗିଲା କୁକୁର ପୋଷ୍ଟର । ଜର୍ମାନ ଶିଫାର୍ଡ ପ୍ରଜାତିର ଏକ କୁକୁରର ଫଟୋ ପୋଷ୍ଟରରେ ଦେଖିବାକୁ ମିଳିଛି । ଏହି କୁକୁରକୁ ଦେଖିଲେ ପୋଷ୍ଟରରେ ଲେଖାଯାଇଥିବା ନମ୍ବରରେ ଯୋଗାଯୋଗ କରିବା ଲାଗି ମଧ୍ୟ ସୂଚନା ରହିଛି । ତେବେ ଜଣେ IAS ଅଫିସରଙ୍କ ପୋଷା କୁକୁର ହଜିଯିବା ପରେ ସହରରେ ଗଳିକନ୍ଦିରେ ଏଭଳି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଯିଏ ବି କୁକୁର ସମ୍ବନ୍ଧରେ ସୂଚନା ଦେବ ତାକୁ ପୁରସ୍କୃତ କରାଯିବ ବୋଲି ରହିଛି ସୂଚନା ।

ପୋଲିସ ଷ୍ଟେସନରେ ମଧ୍ୟ ନିଖୋଜ ମାମଲା ରୁଜୁ କରାଯାଇଛି । ଡାବ୍ରା SDPO ବିବେକ ଶର୍ମାଙ୍କ ସୂଚନା ଅନୁସାରେ ଆଇଏଏସ ଅଫିସର ରାହୁଲ ଦ୍ବିବେଦୀ ଭୋପାଳରୁ ଦିଲ୍ଲୀ ଯାତ୍ରା କରୁଥିଲେ । ଆଉ ସାଥୀରେ ରହିଥିଲା ତାଙ୍କର ୨ଟି ପୋଷା କୁକୁର । ଏହାପରେ ସେ ଗ୍ବାଲିଅରର ବିଲୋୱା ନିକଟରେ ଥିବା ଏକ ଢାବାରେ ଅଟକିଥିଲେ । ହେଲେ କାରରେ କୁକୁରଙ୍କୁ କିଛି ଖାଇବାକୁ ଦେଇ ସେ ଏକାକୀ ଢାବାକୁ ଯାଇଥିଲେ । ଯେତେବେଳେ ସେ ଢାବାରୁ ଫେରିଥିଲେ ସେତେବେଳେ କାରରେ ନଥିଲେ ତାଙ୍କର ୨ଟି ପାଳିତ କୁକୁର ।

IAS ଅଫିସରଙ୍କ କୁକୁର ନିଖୋଜ, ସାରା ସହରରେ ଲାଗିଲା ପୋଷ୍ଟର

ଏହା ବି ପଢନ୍ତୁ-ଏୟାରପୋର୍ଟରେ ବୋମା ବିସ୍ଫୋରଣ ନେଇ ଗୁଜବ ଟ୍ବିଟ ପଡିଲା ମହଙ୍ଗା, ଛାତ୍ର ଗିରଫ

ଆଖପାଖ ଖୋଜିବା ପରେ ଗୋଟିଏ କୁକୁର ମିଳିଥିଲା ମାତ୍ର ଅନ୍ୟଟିକୁ ଠାବ କରିବାରେ ସେ ଅକ୍ଷମ ଥିଲେ । ଏ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ କୁକୁରକୁ ଖୋଜିବାରେ ଲାଗିଛି । ଏ ନେଇ ଏସଡିପିଓ ବିବେକ ଶର୍ମା କହିଛନ୍ତି, "ଆଇଏଏସ ଅଫିସର ଢାବା ନିକଟରେ କାରକୁ ପାର୍କ କରି ଯାଇଥିଲେ । ଏପରି ଅନେକ ଲୋକ ମଧ୍ୟ କାରକୁ ପାର୍କ କରି ଯାଇଥାନ୍ତି । ମାତ୍ର ଅଫିସର ଜଣକ ଫେରିବା ପରେ କାରରେ କୁକୁର ନଥିଲେ । କାର ଭିତରୁ କୁକୁର କୁଆଡେ ଗଲେ ସେ ନେଇ ଚିନ୍ତାରେ ଅଫିସର । ଏ ନେଇ ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଛି । "

ଏ ନେଇ ଢାବା ମାଲିକ ଜୟ ପ୍ରକାଶ କହିଛନ୍ତି ଯେ ସେ ତାଙ୍କ ପୋଷା କୁକୁରକୁ ଖୋଜିବା ଲାଗି ରାତି ପ୍ରାୟ ୧ଟା ସମୟରେ ଟର୍ଚ୍ଚ ମାଗିଥିଲେ । ତାଙ୍କ ଅନୁରୋଧ କ୍ରମେ ସେ ବିଳମ୍ବିତ ରାତିରେ ଢାବା ଗେଟ ମଧ୍ୟ ଖୋଲା ରଖିଥିଲେ । ମାତ୍ର ସେ କୁକୁରକୁ ଠାବ କରିବାରେ ଅକ୍ଷମ ରହିଲେ । ଗୋଟିଏ କୁକୁର ମିଳିଥିବା ବେଳେ ଅନ୍ୟ କୁକୁରଟି ମିଳିନଥିଲା । ଏହାର ପରଦିନ ପୋଲିସ ପଚରାଉଚରା ଲାଗି ଢାବାକୁ ଆସିଥିବା କହିଛନ୍ତି ପ୍ରକାଶ ।

ABOUT THE AUTHOR

...view details