ଲକ୍ଷ୍ନୌ:ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ମାହୋଲ ସରଗରମ ରହିଛି । ରାଜନୀତି ପାଣିପାଗକୁ ନେଇ ଚର୍ଚ୍ଚାରେ ଏବେ ପୋଷ୍ଟର ରାଜନୀତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଗୋଟିଏ ପୋଷ୍ଟରରେ ଯୋଗୀ ଆଦିତ୍ୟନାଥ ଭଗବାନ କୃଷ୍ଣଙ୍କ ବାପା ବାସୁଦେବ ହୋଇଥିବାବେଳେ ମୁଣ୍ଡରେ କୃଷ୍ଣଙ୍କ ବଦଳରେ ଶିଶୁ ଆକାରରେ ୟୁପିକୁ ମୁଣ୍ଡାଇଛନ୍ତି । ସିଏମ୍ ଯୋଗୀ ଓ ୟୁପିକୁ ଯମୁନା ନଦୀ ଭିତରେ ଆତଙ୍କ, ମାଫିଆରାଜ ଏବଂ ଅସାମାଜିକ ଢାଲ ଭିତରେ ଥିବା ସାପ ଘେରିଛନ୍ତି ।
ସେପଟେ ବାସୁକି ନାଗ ଭାବରେ ଉଜ୍ଜ୍ବଳା, ମିଶନ ଶକ୍ତି, ଲବ ଜିହାଦ କାନୁନ, ଭାଗ୍ୟଲକ୍ଷ୍ମୀ ଯୋଜନା ଓ ଭ୍ୟାକ୍ସିନେସନ ଯୋଗୀ ସରକାରଙ୍କୁ ସୁରକ୍ଷା ଯୋଗାଉଥିବା ପୋଷ୍ଟରରେ ଚିତ୍ରିତ ହୋଇଛି । ଅଶାନ୍ତ ପାଣି ଭିତରେ ପଶି ୟୁପିକୁ ମୁଣ୍ଡାଇ ମାଡି ଚାଲିଛନ୍ତି ଯୋଗୀ । ଏହି ପୋଷ୍ଟର ୟୁପି ବିଜେପି ଟ୍ବିଟରରେ ପୋଷ୍ଟ କରାଯାଇଥିଲା । ଆଉ ଫଟୋ କ୍ୟାପ୍ସନ ଥିଲା କଳିଯୁଗ ରାକ୍ଷସମାନେ ଉତ୍ତେଜନାର ସୃଷ୍ଟି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ପାଲଟିଛନ୍ତି ସୁରକ୍ଷାଦାତା ।