ଓଡିଶା

odisha

ETV Bharat / bharat

ଲତାଙ୍କ ସ୍ମୃତିରେ ଉନ୍ମୋଚିତ ହେବ ଡାକ ଟିକେଟ: ରେଳମନ୍ତ୍ରୀ - ଲତାଙ୍କୁ ଶ୍ରଦ୍ଧାଞ୍ଜଳି

କିମ୍ବଦନ୍ତୀ କଣ୍ଠଶିଳ୍ପୀ ସ୍ବର୍ଗତଃ ଲତା ମଙ୍ଗେଶକରଙ୍କ ସ୍ମୃତିରେ ଉନ୍ମୋଚିତ ହେବ ଡାକ ଟିକେଟ । ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

ଲତାଙ୍କ ସ୍ମୃତିରେ ଉନ୍ମୋଚିତ ହେବ ଡାକ ଟିକେଟ: ରେଳମନ୍ତ୍ରୀ
ଲତାଙ୍କ ସ୍ମୃତିରେ ଉନ୍ମୋଚିତ ହେବ ଡାକ ଟିକେଟ: ରେଳମନ୍ତ୍ରୀ

By

Published : Feb 7, 2022, 8:50 PM IST

ନୂଆଦିଲ୍ଲୀ:କିମ୍ବଦନ୍ତୀ ଗାୟିକା ସ୍ବର୍ଗତଃ ଲତା ମଙ୍ଗେଶକରଙ୍କ ସ୍ମୃତିରେ ଜାରି ହେବ ଡାକ ଟିକେଟ । ଆଜି ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ଅଶ୍ବିନୀ କହିଛନ୍ତି, ଲତାଜୀଙ୍କ ଏହି ଷ୍ଟମ୍ପ ଏକ ଉପଯୁକ୍ତ ସମ୍ମାନ ସଦୃଶ ହୋଇପାରିବ ।

ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ଦୀର୍ଘବର୍ଷର ପରମ୍ପରା ରହିଆସିଛି । ଦେଶର ଗୁରୁତ୍ୱପୂର୍ଣ୍ଣ ଘଟଣା, ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱ, ସୁନ୍ଦର କିମ୍ବା ବିରଳ ଉଦ୍ଭିଦ ଏବଂ ଜୀବଜନ୍ତୁ, କୃଷି କାର୍ଯ୍ୟକଳାପ, ଜାତୀୟ ଆନ୍ତର୍ଜାତୀୟ ପ୍ରସଙ୍ଗ, କ୍ରୀଡା ଇତ୍ୟାଦିକୁ ସ୍ମରଣୀୟ କରିବା ପାଇଁ ପୋଷ୍ଟାଲ ଷ୍ଟାମ୍ପରେ ସ୍ଥାନ ଦିଆଯାଇଥାଏ । ଏଗୁଡିକ ସମୀତ ସଂଖ୍ୟାରେ ହିଁ ମୁଦ୍ରିିତ ହେବା ସହ ଉପଲବ୍ଧ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:-ଜନ୍ମମାଟିରେ ଲତାଙ୍କ ନାଁରେ ପ୍ରତିଷ୍ଠା ହେବ ସଙ୍ଗୀତ ମହାବିଦ୍ୟାଳୟ, ଖୋଲିବ ମ୍ୟୁଜିଅମ

କିମ୍ବଦନ୍ତୀ ଗାୟିକା ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ଗତକାଲି (ଫେବୃଆରୀ 6 ତାରିଖ) ରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ଏକାଧିକ ସମସ୍ୟାରେ ପୀଡିତ ଥିଲେ । ତେବେ ଗତକାଲି ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଗତକାଲି ସଂନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷକୃତ୍ୟ ସ୍ଥଳରେ ପହଞ୍ଚି ଲତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ABOUT THE AUTHOR

...view details