ଓଡିଶା

odisha

ମୂଷାକୁ ଡ୍ରେନରେ ବୁଡାଇ ମାରିବା ଘଟଣା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

By

Published : Dec 2, 2022, 7:46 AM IST

ଉତ୍ତର ପ୍ରଦେଶରେ ମୂଷାକୁ ଡ୍ରେନରେ ବୁଡାଇ ମାରିବା ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ପାଣିରେ ବୁଡି ହୋଇନାହିଁ ମୂଷାର ମୃତ୍ୟୁ । ଅଧିକ ପଢନ୍ତୁ

ମୂଷାକୁ
ମୂଷାକୁ

ଲକ୍ଷ୍ନୌ: ଡ୍ରେନରେ ବୁଡାଇ ମୂଷାକୁ ମାରିବା ଘଟଣା । ଆସିଲା ମୂଷାର ପୋଷ୍ଟମୋର୍ଟମ ରିପୋର୍ଟ (Post Mortem of Murdered Rat in Badaun Reveals) । ଦିନକୁ ଦିନ ଏହି ମାମଲା ଜଟିଳ ହେଉଥିବା ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ ଘଟଣାରେ ଟ୍ବିଷ୍ଟ ଆଣିଛି ।

ତେବେ ଆସିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ପାଣିରେ ବୁଡି ମୂଷାର ମୃତ୍ୟୁ ହୋଇନାହିଁ । ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର କେ.ପି ସିଂ କହିଛନ୍ତି, "ମୂଷାର ପୋଷ୍ଟମର୍ଟମ ସମୟରେ କିଛି ଡ୍ରେନ ପାଣିର ସୁରାକ ମିଳିନଥିଲା । ଶ୍ବାସରୁଦ୍ଧ ହୋଇ ମୂଷାର ମୃତ୍ୟୁ ହୋଇଛି ।" ମୂଷାର ନିର୍ଯାତନା ପାଇଁ ମୃତ୍ୟୁ ହୋଇନାହିଁ ବରଂ ସେ ଆଗରୁ ଅସୁସ୍ଥ ରହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ଏନେଇ ଡାକ୍ତର ସିବଙ୍ଗ କହିଛନ୍ତି," ପୋଷ୍ଟମୋର୍ଟମ ରିପୋର୍ଟରେ ମୂଷାର ଫୁସଫୁସରେ କୌଣସି ପାଣି ମିଳିନଥିଲା । ସେ ପୂର୍ବରୁ ଅସୁସ୍ଥ ରହିଥିଲା ଏବଂ ଯକୃତ ଏବଂ ଫୁସ୍‌ଫୁସ୍‌ ପୂର୍ବରୁ ଖରାପ ଥିବା ଜଣାପଡ଼ିଛି । ନାଳରେ ବୁଡି ନୁହେଁ ବରଂ ଅଣ ନିଶ୍ବାସୀ ହୋଇ ମୃତ୍ୟୁ ହୋଇଛି(Rat Died of Suffocation Not Drowning ।"

ଫୁସଫୁସରେ ନେକ୍ରୋସିସ୍ କାରଣରୁ ମୃତ୍ୟୁ ହେବାର ସମ୍ଭାବନା ଥାଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।ଯାହାକି ମୂଷାର ମୃତ୍ୟୁରେ ଟ୍ବିଷ୍ଟ ଆଣିଛି ।

ଏହା ମଧ୍ୟ ପଢନ୍ତୁ: ମୂଷାକୁ ଡ୍ରେନରେ ବୁଡାଇ ମାରିଦେଲା ଯୁବକ, ଥାନାରେ ରୁଜୁ ହେଲା ମାମଲା

ଅଭିଯୋଗ ଅନୁସାରେ, ଗତ ନଭେମ୍ବର 25 ତାରିଖରେ ଉତ୍ତର ପ୍ରଦେଶର ବଦାୟୁଁରେ ପନୱାଡ଼ି ଚୌକରେ ରହୁଥିବା ମନୋଜ ଏହି ମୂଷାର ଲାଞ୍ଜରେ ଏକ ପଥର ବାନ୍ଧି ମୂଷାକୁ ପାଣିରେ ବୁଡାଇ ମାରିବାକୁ ଚେଷ୍ଟା କରୁଥିଲେ । ସେଇ ରାସ୍ତା ଦେଇ ଯାଉଥିବା ପଶୁ ପ୍ରେମୀ ବିକେନ୍ଦ୍ର ଶର୍ମା ଏହା ଦେଖିଥିଲେ । ଏହାପରେ ସେ ମୂଷାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସତ୍ତ୍ବେ ମୂଷାର ମୃତ୍ୟୁ ହୋଇଥିଲା । ଏନେଇ ବିକେନ୍ଦ୍ର ଆନିମଲ ଆକ୍ଟ ଅନୁସାରେ ମନୋଜଙ୍କ ବିରୋଧରେ କୋତବାଲୀ ଥାନାରେ ଏତଲା ଦେଇଥିଲେ। ଧାରା 429 (ପଶୁକୁ ହତ୍ୟା) ଆଧାରରେ ମାମଲା ରୁଜୁ କରାଯାଇଥିବା ନେଇ ଇନ୍ସପେକ୍ଟର ହରପାଲ ସିଂ ସୂଚନା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ମନୋଜକୁ ଅଟକ ରଖି ପଚାରଉଚରା କରି ଛାଡି ଦେଇଥିଲା । ତେବେ ବର୍ତ୍ତମାନ ଘଟଣା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details