ଓଡିଶା

odisha

ETV Bharat / bharat

ବିମୁଦ୍ରୀକରଣ ପରେ ବଢିଛି ଦୁର୍ନୀତି: ଅଖିଳେଶ ଯାଦବ

ବିମୁଦ୍ରୀକରଣ ତଥା ନୋଟବନ୍ଦୀକୁ ନେଇ ପିଏମ ମୋଦିଙ୍କୁ ଟାର୍ଗେଟ କଲେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଅଧିକ ପଢନ୍ତୁ...

ବିମୁଦ୍ରୀକରଣ ପରେ ବଢିଛି ଦୁର୍ନୀତି
ବିମୁଦ୍ରୀକରଣ ପରେ ବଢିଛି ଦୁର୍ନୀତି

By

Published : Nov 9, 2020, 7:59 AM IST

ଲକ୍ଷ୍ନୌ: ବିମୁଦ୍ରୀକରଣକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ଅଖିଳେଶ ଯାଦବ । ପିଏମଙ୍କ ସଫଳ ବିମୁଦ୍ରୀକରଣରେ ବଢିଛି ଦୁର୍ନୀତି ଓ ଜାରି ରହିଛି ନକଲି ନୋଟ କାରବାର । ଯେଉଁ ଉଦ୍ଦେଶ୍ୟ ନେଇ ଏହି ପଦକ୍ଷେପ ନିଆଯାଇଥିଲା ତାହାର ହିସାବ ସରକାରଙ୍କ ପାଖରେ ନାହିଁ । ଆଜି ପର୍ଯ୍ୟନ୍ତ କୌଣସି 15 ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସି ପାରିଲା ନାହିଁ ବୋଲି ଟ୍ବିଟ କରି କହିଛନ୍ତି ଅଖିଳେଶ ।

ରବିବାର ବିମୁଦ୍ରୀକରଣ ତଥା ନୋଟ ବନ୍ଦୀକୁ 4 ବର୍ଷ ପୂରିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ବିଟ କରି ନୋଟ ବନ୍ଦୀ ଯୋଗୁଁ ଦେଶରେ କଳାଧନରେ ହ୍ରାସ ପାଇଛି ଓ ଟ୍ୟାକ୍ସ ବଢିବା ସହ ସ୍ବଚ୍ଛତା ଆସିଛି ବୋଲି କହିଥିଲେ । ମୋଦିଙ୍କ ଏହି ଟ୍ବିଟ ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଏହି ଟ୍ବିଟ ଆସିଥିଲା ।

2016 ନଭେମ୍ବର 8 ତାରିଖରେ ଦେଶରେ ବିମୁଦ୍ରୀକରଣ ବା ନୋଟ ବନ୍ଦୀ ଲାଗୁ କରାଯାଇଥିଲା । ଏହି ସମୟରେ ଦେଶର ବହୁ ମୂଲ୍ୟ ଦୁଇଟି ନୋଟ 500 ଓ 1000 ଟଙ୍କାକୁ ଅଚଳ ହୋଇଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା କଳାଧନକୁ ରୋକିବାକୁ ।

ରବିବାର ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରୀକରଣକୁ ସଫଳ ହୋଇଥିବା କହିଥିଲେ । ବିମୁଦ୍ରୀକରଣ ପରେ ଉତ୍ତମ ଟିକସ ପାଳନ, ଟିକସ ଏବଂ ଜିଡିପି ଅନୁପାତରେ ଉନ୍ନତି ଆସିଛି । ଭାରତକୁ ନଗଦ ଭିତ୍ତିକ ଅର୍ଥନୀତିରେ ପରିବର୍ତ୍ତନ ହୋଇଛି । ଯାହା ଜାତୀୟ ନିରାପତ୍ତାକୁ ବୃଦ୍ଧି କରିଛି ବୋଲି ପିଏମ ଏକ ଗ୍ରାଫିକ୍ସ କରି ସେୟାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details