ଓଡିଶା

odisha

ETV Bharat / bharat

ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଫଟୋ ଭାଇରାଲ, ଅଭିଯୁକ୍ତଙ୍କ ମଧ୍ୟରେ ୩ ମହିଳା - ଅଶ୍ଳୀଳ ଫଟୋ

ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ପିଲାଙ୍କ ଅଶ୍ଳୀଳ ଫଟୋ ହେଉଛି ଭାଇରାଲ । ଅଭିଯୁକ୍ତଙ୍କ ମଧ୍ୟରେ ସାମିଲ ରହିଛନ୍ତି ୩ ଜଣ ମହିଳା । ଅଧିକ ପଢନ୍ତୁ

ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଫଟୋ ଭାଇରାଲ, ଅଭିଯୁକ୍ତଙ୍କ ମଧ୍ୟରେ ୩ ମହିଳା
ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଫଟୋ ଭାଇରାଲ, ଅଭିଯୁକ୍ତଙ୍କ ମଧ୍ୟରେ ୩ ମହିଳା

By

Published : Oct 16, 2022, 8:23 AM IST

ଅମରାବତୀ:ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କିଛି ପିଲାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହେଉଛି (Pornographic images of children ) । ଏହି ଘଟଣାରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସାଇବର ପୋଲିସ ୧୨ ଜଣଙ୍କ ମଧ୍ୟରେ ମାମଲା ରୁଜୁ କରିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ହୀନ କାର୍ଯ୍ୟରେ ସାମିଲ ରହିଛନ୍ତି ୩ ମହିଳା । ଏହି ଅଭିଯୁକ୍ତମାନେ ପିଲାଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପଲୋଡ କରୁଥିବା ଜଣାପଡ଼ିଛି ।

ସିଆଇଡି ବିଭାଗ (CID Department) ଏନେଇ ସୂଚନା ଦେବା ପରେ ବିଜୟୱାଡାରେ ଏପରି ଅପରାଧିକ କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କ ଖୋଜିଥିଲା ପୋଲିସ । ମୋଟ ୧୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ସାମିଲ ରହିଛନ୍ତି । ଏହି ଅଭିଯୁକ୍ତ ଏପରି କାର୍ଯ୍ୟ କରି ଚାଇଲ୍ଡ ପର୍ଣ୍ଣଗ୍ରାଫିକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ଏକ ଅପରାଧିକ କାର୍ଯ୍ୟ ହୋଇଥିବା ବେଳେ ପୋଲିସ ସର୍ବଦା ଏପରି କାର୍ଯ୍ୟ ଉପରେ ନଜର ରଖି ଆସିଛି ।

ଏହା ବି ପଢନ୍ତୁ- ନିଯୁକ୍ତିMI ସମର୍ଥକଙ୍କୁ RCB ଫ୍ୟାନ କଲା ହତ୍ୟା, ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି

ଯଦି କେହି ଏପରି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ କରୁଛି, ତେବେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଉକ୍ତ ୟୁଜର୍ସର ସନ୍ଧାନ ମିଳିପାରିବ । ସିଆଇଡି ବିଭାଗ ଉକ୍ତ ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସକୁ ଏନେଇ ସୂଚିତ କରାଇଥାଏ । ଏହି ଘଟଣାରେ ସିଆଇଡ଼ି ପୋଲିସ ବିଜୟୱାଡା ପୋଲିସକୁ ଖବର ଦେଇଥିଲା । ଘଟଣାର ତଦନ୍ତ କରି ବିଜୟୱାଡା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅଭିଯୁକ୍ତମାନେ ହେଉଛନ୍ତି ଶେଖ ଶେହନାଜ, ବ୍ରହ୍ମାନନ୍ଦ ରାଓ, ଭେଙ୍କଟ ମଣିକାନ୍ତ ଶ୍ରୀପାଣ୍ଡୁ ରଙ୍ଗ, ଚକ୍କା କିରନକୁମାର ରାମକ୍ରିଷ୍ଣା, ଏସକେ ନାଗୁଲ ମିରାବଲି, ରବି ୟାରାଭାନେନି, ରବି ଅଞ୍ଜହ କଟ୍ଟା ସାଇକ୍ରିଷ୍ଣା, ତିରୁମାଲା, ଏସକେ ଅଞ୍ଜଳି, ପୁଲିପତି ଭାବନା, ଦାସି ସାରଲାଙ୍କ ନାମରେ ଏହି ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details