ଓଡିଶା

odisha

ଭୁଲରେ ପଳାଇଥିଲେ ପାକିସ୍ତାନ, 4 ମାସ ପରେ ଫେରିଲେ ସ୍ବଦେଶ

By

Published : Jan 31, 2021, 10:10 AM IST

ପାକିସ୍ତାନ ଦଖଲ କରିଥିବା କାଶ୍ମୀର ସୀମାକୁ ଚାଲି ଯାଇଥିବା ଜଣେ 36ବର୍ଷୀୟ ମହିଳା ଚାରିମାସ ପରେ ନିଜ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଚାରିମାସ ପରେ ଫେରିଲେ ସ୍ବଦେଶ
36ବର୍ଷୀୟ ମହିଳା ଜରିନା ବି

ଶ୍ରୀନଗର: ଅଜାଣତରେ ପାକିସ୍ତାନ ଦଖଲ କରିଥିବା କାଶ୍ମୀରକୁ ଚାଲି ଯାଇଥିଲେ ପୁଞ୍ଚ ଜିଲ୍ଲାର ଜଣେ 36ବର୍ଷୀୟ ମହିଳା ଜରିନା ବି । ଦୁଇ ଦେଶ କର୍ତ୍ତୃପକ୍ଷଙ୍କ ସହାୟତାରେ ଚାରି ମାସ ପରେ ନିଜ ଘରକୁ ଫେରିଛନ୍ତି ମହିଳା ଜଣଙ୍କ ।

ସୂଚନାଅନୁସାରେ, ପୁଞ୍ଚ ଜିଲ୍ଲା ମାଣ୍ଡି ତହସିଲ ଚେଲା ଧନଗିରର ଜରିନା ବି ଭୁଲବଶତଃ ପାକିସ୍ତାନ ଦଖଲ କରିଥିବା କାଶ୍ମୀରକୁ ଚାଲି ଯାଇଥିଲେ । ତାଙ୍କ ପରିବାର ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ । ଏ ନେଇ ସେ ମଣ୍ଡି ଏ ଚୌକି ସୁଜିଆନ ପୋଲିସ ଷ୍ଟେସନରେ ମହିଳାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଏହାରି ଭିତରେ ପାକିସ୍ତାନ ଅଧିକୃତ କାଶ୍ମୀରରୁ ଏକ ଭିଡିଓ ଆସିଥିଲା ଯେଉଁ ଭିଡିଓରେ ଜରିନା ବି ରହିଥିଲେ ।

ସେହି ଭିଡିଓ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ମହିଳାଙ୍କୁ ଫେରାଇ ଆଣିବାକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ପୁଞ୍ଚ ଜିଲ୍ଲା ପ୍ରଶାସନ ପାକିସ୍ତାନ କତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ଶେଷରେ ଚାରିମାସ ପରେ ଆଇନଗତ କାର୍ଯ୍ୟକଳାପ ସମାପ୍ତ କରିବା ପରେ ମହାଳା ଜଣଙ୍କ ନିଜ ଘରକୁ ଫେରିଛନ୍ତି । ଜରିନା ସୀମା ପାର ହେବା ବିଷୟରେ କିଛି ଜାଣିନଥିବା କହିଛନ୍ତି । ତେବେ ମହିଳାଜଣଙ୍କ ଘରକୁ ଫେରିବା ନେଇ ତାଙ୍କ ପରିବାର ଉଭୟ ଦେଶର ପ୍ରଶାସନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details