ଶ୍ରୀନଗର:ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚିକ୍ତିନାମା ସ୍ବାକ୍ଷର ହୋଇଛି । ଯାହାଦ୍ବାରା ଜମ୍ମୁ ଓ କାଶ୍ମୀରର ସୀମାବର୍ତ୍ତୀ ଜିଲ୍ଲା ପୁଞ୍ଚବାସୀଙ୍କୁ ଆଶ୍ବସ୍ତି ମିଳିବା ସହିତ ଏହି ଅଞ୍ଚଳର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ମନରେ ଲାଗି ରହିଥିବା ଭୟର ପରିସମାପ୍ତି ଘଟିଛି ।
ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳ ପୁଞ୍ଚଠାରେ ରହିଥିବା ଫକୀରଦାରା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମନରେ ସର୍ବଦା ଆକ୍ରମଣକୁ ନେଇ ଭୟ ଲାଗି ରହିଥିଲା । ଏହି ଚୁକ୍ତିନାମା ହେବା ଦ୍ବାରା ସେମାନଙ୍କ ମନରୁ ଏହି ଭୟ ଦୂରୀଭୂତ ହୋଇଛି । ଏହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ମନଦୀପ କୌର କହିଛନ୍ତି ଯେ ଅସ୍ତ୍ରବିରତି ଉଲ୍ଲଘଂନ ସମୟରେ ବିଦ୍ୟାଳୟରେ ଗୁଳି ବାଜି ଏହାର ଘରଗୁଡିକ ଭଗ୍ନ ଅବସ୍ଥାରେ ରହିଛି । ଯେତେବେଳେ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳି ବିନିମୟ ହୋଇଥାଏ ଏହି ବିଦ୍ୟାଳୟ ପ୍ରଭାବିତ ହୋଇଥାଏ । ତେବେ ଗୁଳି ବିନିମୟ ସମୟରେ ଛାତ୍ରଛାତ୍ରୀ ଭୟଭୀତ ହେଇଯାଉଥିବା ବେଳେ ଏହାପରେ ବିଦ୍ୟାଳୟକୁ ମରାମତି କରାଯାଇଥାଏ ।