କୋଲକାତା: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ । ଏନେଇ ଶୁକ୍ରବାର ଅପରାହ୍ନ 4ଟା 30ରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି EC । ପଶ୍ଚିମବଙ୍ଗ ସମେତ ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀରରେ ହେବ ନିର୍ବାଚନ । ଏଥର ପଶ୍ଚିମବଙ୍ଗରେ ରହିଛି ସବୁଠୁ କଡା ଟକ୍କର । ତେବେ ଏହା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଶରଣରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତା ବାନାର୍ଜୀଙ୍କ ଘରେ ହୋଇଛି ପୂଜାର୍ଚ୍ଚନା । ଏହି ଆୟୋଜନ ସିଏମଙ୍କ ବାସଭବନରେ ହୋଇଛି । ଆଉ ପୂଜା କରିଛନ୍ତି ପୁରୀ ଜଗନ୍ନାଥ ମନ୍ଦିରର ସେବାୟତ । ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମମତାଙ୍କ ଘରେ ପହଞ୍ଚି ପୂଜା କରିଛନ୍ତି ।
ଖାସ କରି 5 ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗକୁ ନେଇ ରହିଛି ସବୁଠୁ ଅଧିକ ରାଜନୈତିକ ଚର୍ଚ୍ଚା । କାରଣ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ଗଡରେ ବିଜୟ ଧ୍ବଜା ଉଡାଇବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ଭାରତୀୟ ଜନାତା ପାର୍ଟି ।