ଓଡିଶା

odisha

ETV Bharat / bharat

ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ, ନିଃଶ୍ବାସ ନେବାରେ ଭୋଗୁଛନ୍ତି ସମସ୍ୟା - ଦିଲ୍ଲୀ ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତିରେ ବହୁ ଅସୁବିଧାରେ ଦିନ କାଟୁଛନ୍ତି ଦିଲ୍ଲୀବାସୀ । ପ୍ରତ୍ୟେକ ମୁହୁର୍ତ୍ତ ବଞ୍ଚିବା ହେଉଛି କଷ୍ଟକର । ଅଧିକ ପଢନ୍ତୁ...

ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ, ନିଃଶ୍ବାସ ନେବାରେ ଭୋଗୁଛନ୍ତି ସମସ୍ୟା
ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ, ନିଃଶ୍ବାସ ନେବାରେ ଭୋଗୁଛନ୍ତି ସମସ୍ୟା

By

Published : Nov 7, 2020, 10:42 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ପେଷି ହେଉଛନ୍ତି ଦିଲ୍ଲୀବାସୀ । କିଛି ଦିନ ହେବ ସକାଳୁ ସକାଳୁ ଅଧିକାଂଶ ପରିବେଶ ଧୂଳି ଧୂଆଁରେ ଛାଇ ରହୁଛି । ଫଳରେ ଦୃଶ୍ୟମାନ ହେଉନି ରାସ୍ତା ଘାଟ । ଖରା ନପଡିବା ପର୍ଯ୍ୟନ୍ତ ଘରୁ ବାହାରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଫଳରେ ବହୁ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଖାଲି ସେତିକି ନୁହେଁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଥିବା କହିଛନ୍ତି ପ୍ରାତଃ ଭ୍ରମଣ ପାଇଁ ଆସିଥିବା କିଛି ଲୋକ ।

ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ, ନିଃଶ୍ବାସ ନେବାରେ ଭୋଗୁଛନ୍ତି ସମସ୍ୟା

ତେବେ ଶନିବାର ସକାଳୁ ମଧ୍ୟ ଗମ୍ଭୀର ଶ୍ରେଣୀରେ ରହିଛି ଦିଲ୍ଲୀର ପ୍ରଦୂଷଣ । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ(ସିପିସିବି)ର ସଦ୍ୟତମ ରିପୋର୍ଟ ମୁତାବକ, ଦିଲ୍ଲୀର ପଞ୍ଜାବୀ ବାଗ କ୍ଷେତ୍ରରେ ଏୟାର କ୍ବାଲିଟି ଇନଡେକ୍ସ(ଏକ୍ୟୁଆଇ) 438 ରହିଛି । ଯାହା ଗମ୍ଭୀର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ । ସେହିପରି କାଶ୍ମୀର ଗେଟ ମୁଖାର୍ଜି ନଗର ଓ ବୁରାରୀ ଅଞ୍ଚଳରେ ମଧ୍ୟର ଭୟାନକ ସ୍ଥିତିରେ ରହିଛି ବାୟୁ ପ୍ରଦୂଷଣ ।

ତେବେ ରାଜଧାନୀର ବାୟୁ ପ୍ରଦୂଷଣକୁ କମ କରିବାକୁ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ସତ୍ତ୍ବେ ଏହା କୌଣସି କାମ କରୁନଥିବା ପରିଲିକ୍ଷିତ ହେଉଛି ।

ABOUT THE AUTHOR

...view details