ଓଡିଶା

odisha

By ETV Bharat Odisha Team

Published : Nov 24, 2023, 9:27 PM IST

Updated : Nov 25, 2023, 6:53 AM IST

ETV Bharat / bharat

ରାଜସ୍ଥାନ ବିଧାନସଭା ନିର୍ବାଚନ: କାଲି ମତଦାନ, ୧୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫କୋଟି ଭୋଟର

ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ପଡ଼ିବ ଭୋଟ । ୧୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫କୋଟି ଭୋଟର । ଅଧିକ ପଢନ୍ତୁ

Rajasthan poll 2023
Rajasthan poll 2023

ରାଜସ୍ଥାନ ବିଧାନସଭା ନିର୍ବାଚନ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି (ଶନିବାର) ପଡ଼ିବ ଭୋଟ । ରାଜ୍ୟର ମୋଟ ବିଧାନସଭା ଆସନ ସଂଖ୍ୟା ୨୦୦ ଥିବାବେଳେ କାଲି ୧୯୯ ଆସନ ପାଇଁ ଭୋଟ ଗ୍ରହଣ ହେବ । ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସେଠାରେ ମତଦାନକୁ ସ୍ଥଗିତ ରଖାଯାଇଛି । ଭୋଟିଂ ସକାଳ ୭ଟାରୁ ଆରମ୍ଭ ହେବାକୁ ଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହାରି ସହିତ ୧୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫କୋଟି ଭୋଟର ।

ରାଜ୍ୟରେ ଭୋଟିଂ ଗ୍ରହଣ ଲାଗି ୫୧,୫୦୭ଟି କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଏଠାରେ ମୋଟ ୫ କୋଟି ୨୬ ଲକ୍ଷ ୯୦ ହଜାର ୧୪୬ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ଭୋଟିଂକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲାଗି ପ୍ରାୟ ଦେଢ ଲକ୍ଷ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେପଟେ ରାଜ୍ୟରେ ମୋଟ ଭୋଟରଙ୍କ ମଧ୍ୟରୁ ୧୮ରୁ ୩୦ ବର୍ଷ ବୟସ ମଧ୍ୟରେ ୧ କୋଟି ୭୦ ଲକ୍ଷ ୯୯ ହଜାର ୩୩୪ ଜଣ ଭୋଟର ରହିଛନ୍ତି । ସେହପିରି ୧୮ରୁ ୧୯ ବର୍ଷ ବୟସ ମଧ୍ୟରେ ୨୨ ଲକ୍ଷ ୬୧ ହଜାର ୮ ଜଣ ଭୋଟର ରହିଛନ୍ତି ।

ଏହା ବି ପଢନ୍ତୁ- ରାଜସ୍ଥାନରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ହାତ ଦେଲା ଏହି ପ୍ରତିଶ୍ରୁତି

ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତାଙ୍କ କହିବାନୁସାରେ ରାଜ୍ୟରେ ମତଦାନ ଲାଗି ୩୬ ହଜାର ୧୦୧ଟି ସ୍ଥାନରେ କେନ୍ଦ୍ର ରହିଛି । ସେଥିମଧ୍ୟରୁ ୧୦,୫୦୧ ମତଦାନ କେନ୍ଦ୍ର ସହରାଞ୍ଚଳରେ ରହିଥିବା ବେଳେ ବାକି ୪୧,୦୦୬ଟି କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି । ତେବେ ୨୬ ହଜାର ୩୯୩ ମତଦାନ କେନ୍ଦ୍ର ଗୁଡ଼ିକରେ ୱେବକାଷ୍ଟିଂ କରାଯିବ । ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମରୁ ଏହି ମତଦାନ କେନ୍ଦ୍ରଗୁଡ଼ିକ ଉପରେ ନଜର ରଖାଯିବ । ସାରା ରାଜ୍ୟରେ ୬୫,୨୭୭ ବାଲାଟ ୟୁନିଟ୍‌, ୬୨,୩୭୨ କଣ୍ଟ୍ରୋଲ ୟୁନିଟ ଓ ୬୭ ହଜାର ୫୮୦ଟି VVPAT ମେସିନର ବ୍ୟବହାର କରାଯିବ ।

ପ୍ରବୀଣ ଗୁପ୍ତା ଆହୁରି କହିଛନ୍ତି ଯେ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ଲାଗି ବିଭାଗ ଦ୍ବାରା ୬,୨୮୭ ମାଇକ୍ରୋ ପର୍ଯ୍ୟବେକ୍ଷକ ଏବଂ ୬୨୪୭ ସେକ୍ଟର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏମାନେ ମତଦାନ ଟିମ ସହିତ ନିରନ୍ତର ସମନ୍ବୟ ରକ୍ଷା କରି ତୁରନ୍ତ ଯେକୌଣସି ପ୍ରକାରର ସମସ୍ୟାର ସମାଧାନ କରିବେ । ସମସ୍ତ ସେକ୍ଟର ଅଧିକାରୀଙ୍କୁ ଏକ ଅତିରିକ୍ତ ଇଭିଏମ୍ ମେସିନ ମଧ୍ୟ ଦିଆଯିବ । ଇଭିଏମ୍ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତ୍ୟେକ ବିଧାନସଭା ଆସନରେ ୨ଜଣ ଇଞ୍ଜିନିୟର ମଧ୍ୟ ଉପସ୍ଥିତ ରହିବେ । ଯେଉଁମାନେ ଇଭିଏମ୍‌ରେ କୌଣସି ତ୍ରୁଟି ସମ୍ବନ୍ଧୀୟ ସୂଚନା ପାଇବା ପରେ ତୁରନ୍ତ କେନ୍ଦ୍ରରେ ପହଞ୍ଚିବେ । ଏହି ଇଞ୍ଜିନିୟରମାନଙ୍କ ନିକଟରେ ମଧ୍ୟ ଗୋଟିଏ ଅତିରିକ୍ତ ଇଭିଏମ୍ ମେସିନ ମଧ୍ୟ ରହିବ ।

ଏହା ବି ପଢନ୍ତୁ- ‘3 ଡିସେମ୍ବର, କଂଗ୍ରେସ ଛୁ ମନ୍ତର’: ରାଜସ୍ଥାନରେ ଗେହେଲଟ ସରକାରକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

ସୂଚନା ଥାଉ କି ମହିଳା, ଦିବ୍ୟାଙ୍ଗ ଓ ଯୁବ ଭୋଟରଙ୍କୁ ମତଦାନ ଲାଗି ଜାଗ୍ରତ କରିବା ଲାଗି ନିର୍ବାଚନ ଆୟୋଗ ଚଳିତ ଥର ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟର ସମସ୍ତ ବିଧାନସଭା ଆସନରେ ମହିଳା ମତଦାନ କେନ୍ଦ୍ର, ଦିବ୍ୟାଙ୍ଗଙ୍କ ଲାଗି ମତଦାନ କେନନ୍ଦ୍ର ଓ ଯୁବପିଢିଙ୍କ ଲାଗି ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ସାରା ଦେଶରେ ଏପରି ୩୩୮୩ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର ରହିଛି । ଦିବ୍ୟାଙ୍ଗ ମତଦାନ କେନ୍ଦ୍ରରେ ଭୋଟିଂ କାର୍ଯ୍ୟ ଦିବ୍ୟାଙ୍ଗ ମାନଙ୍କୁ ହିଁ ଦିଆଯାଇଛି । ସାରା ଦେଶରେ ୧୯୯ଟି ଦିବ୍ୟାଙ୍ଗ ମତଦାନ କେନ୍ଦ୍ର ରହିଥିବା ବେଳେ ମହିଳା ଓ ଯୁବବର୍ଗଙ୍କ ଲାଗି ୧୫୯୨ ଲେଖାଏଁ କେନ୍ଦ୍ରର ବ୍ୟବସ୍ଥା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 25, 2023, 6:53 AM IST

ABOUT THE AUTHOR

...view details