ଓଡିଶା

odisha

ETV Bharat / bharat

RajyaSabha Election: ଆଜି ରାଜ୍ୟସଭା ନିର୍ବାଚନ, 16 ଆସନ ପାଇଁ 21 ପ୍ରାର୍ଥୀ - ରାଜ୍ୟସଭା ନିର୍ବାଚନ

ଆଜି (ଶୁକ୍ରବାର) 4 ରାଜ୍ୟର 16 ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ 9ଟାରୁ ମତଦାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଆଜି ରାଜ୍ୟସଭା ନିର୍ବାଚନ
ଆଜି ରାଜ୍ୟସଭା ନିର୍ବାଚନ

By

Published : Jun 10, 2022, 10:35 AM IST

ନୂଆଦିଲ୍ଲୀ:ଆଜି (ଶୁକ୍ରବାର) 4 ରାଜ୍ୟର 16 ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ 9ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ 4ଟା ଯାଏ ଭୋଟ ଗ୍ରହଣ ହେବ । ନିର୍ବାଚନ ତଦାରଖ ପାଇଁ 4ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ସୂଚନା ମିଳିଛି । ଭୋଟ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯିବ । ନିର୍ବାଚନ ନେଇ ବଭିନ୍ନ ଦଳ ପକ୍ଷରୁ ଘୋଡାବେପାର ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି ।

ରାଜ୍ୟସଭାରେ ଖାଲି ଦେବାକୁ ଥିବା 57 ଆସନ ଲାଗି ନିର୍ବାଚନ ଘୋଷଣା ହୋଇଥିଲା । ଓଡିଶା ସମେତ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ପଞ୍ଜାବ, ତେଲେଙ୍ଗାନା ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ସମସ୍ତ 41 ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର 16ଟି ଆସନ ପାଇଁ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହି ରାଜ୍ୟରେ ଆସନ ସଂଖ୍ୟାଠୁ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି ତେଣୁ ନିର୍ବାଚନ ଆବଶ୍ୟକ ପଡିଛି ।

କର୍ଣ୍ଣାଟକ ରାଜ୍ୟସଭା ପାଇଁ 4 ଆସନ ଖାଲି ହୋଇଥିବାବେଳେ ପ୍ରତିନ୍ଦ୍ବନ୍ଦିତାରେ 6 ପ୍ରାର୍ଥୀ ରହିଛନ୍ତି । ସେହିପରି ମହାରାଷ୍ଟ୍ରରେ 6 ଆସନ ପାଇଁ 7 ଜଣ ପ୍ରାର୍ଥୀ ରହିଛନ୍ତି । ରାଜସ୍ଥାନରେ 4 ଆସନ ପାଇଁ 5 ପ୍ରାର୍ଥୀ ରହିଛନ୍ତି । ସେହିପରି ହରିୟାଣାରେ 5 ଜଣ ପ୍ରାର୍ଥୀ ରହିଛନ୍ତି । ଏହି ଫଳାଫଳ ରାଜ୍ୟସଭାରେ ବିଜେପି ନେତୃତ୍ବଧୀନ ଏନଡିଏର ସ୍ଥିତି ନିର୍ଦ୍ଧାରଣ କରିବ । ଲୋକସଭାରେ ଏନଡିଏର ସ୍ଥିତି ମଜବୁତ ଥିବାବେଳେ ରାଜ୍ୟସଭାରେ ନାହିଁ ।

ମହାରାଷ୍ଟ୍ରରେ ଦୀର୍ଘ 2 ଦଶନ୍ଧି ପରେ ପ୍ରତିନ୍ଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି । ଶିବସେନା ସଞ୍ଜୟ ରାଉତ ଏବଂ ସଞ୍ଜୟ ପାୱାରଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଅନୀଲ ବାନ୍ଦେ ଏବଂ ଧନଞ୍ଜୟ ମହାଦିକଙ୍କୁ ପ୍ରାର୍ଥୀ କରିଛି । ଏନସିପି ଏବଂ କଂଗ୍ରେସ ଜଣେ ଲେଖାଏଁ ପ୍ରାର୍ଥୀ ଦେଇଛନ୍ତି । ଶିବସେନା ନେତୃତ୍ବାଧୀନ ଏନଭିଏ ପାଖରେ 6ଟି ଆସନ ମଧ୍ୟରୁ 3ଟି ଜିତିବା ପାଇଁ ସଂଖ୍ୟା ଅଛି । ବିଜେପି ତାର ସଂଖ୍ୟା ବଳରେ 2ଟି ଆସନ ଜିତିପାରେ । ଷଷ୍ଠ ଆସନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ କଡ୍ଡା ଟକ୍କର ହେବ ।

ସେପଟେ ଘୋଡାବେପାର ଆଶଙ୍କାରେ ବିଭିନ୍ନ ଦଳ ସେମାନଙ୍କ ବିଧାୟକଙ୍କୁ ବିଭିନ୍ନ ହୋଟେଲ ଓ ରିସର୍ଟରେ ରଖିଛନ୍ତି । ରାଜସ୍ଥାନ ଓ କଂଗ୍ରେସ ବିଧାୟକମାନଙ୍କୁ ଉଦୟପୁରର ଏକ ହୋଟେଲରେ ରଖାଯାଇଥିବାବେଳେ ଶିବସେନା ଓ ଏହାର ସହଯୋଗୀ ଦଳ ସେମାନଙ୍କ ବିଧାୟକମାନଙ୍କୁ ମୁମ୍ବାଇ ଉପକଣ୍ଠର ଏକ ହୋଟେଲକୁ ନିଆଯାଇଛି । ହରିୟାଣାର କଂଗ୍ରେସ ବିଧାୟକଙ୍କୁ ରିସର୍ଟରେ ରଖାଯାଇଛି । କର୍ଣ୍ଣାଟକ 2 ବିରୋଧୀ ଦଳ କଂଗ୍ରେସ ଏବଂ ଡେଡିଏସ ମଧ୍ୟରେ ବୁଝାମଣା ଅଭାବରୁ JDS ତାର ବିଧାୟକଙ୍କୁ ରିସର୍ଟକୁ ନେଇଥିବା ଜଣାପଡିଛି ।

ABOUT THE AUTHOR

...view details