ନୂଆଦିଲ୍ଲୀ:ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ୟୁପିର ନଅଟି ଜିଲ୍ଲାର 55ଟି ଆସନରେ ମତଦାନ ଆରମ୍ଭ ହୋଇଛି । ଭୋଟରମାନେ ଭୋଟ୍ ଦେବା ପାଇଁ ବୁଥରେ ପହଞ୍ଚିଛନ୍ତି । ସକାଳ 7ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜାରି ରହିବ । 586 ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
ସେହିପରି ଗୋଆରେ ୪୦ ଆସନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସକାଳ 7ଟାରୁ ଭୋଟ ଦେବା ପାଇଁ ପହଞ୍ଚି ଗଲେଣି ଭୋଟର । ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଲାଣି । ସୂଚନା ଥାଉକି, ଗୋଆରେ ମୋଟ ୧୧ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ମୋଟ ୪୦ ବିଧାନସଭା ଆସନ ପାଇଁ ୩୦୧ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଗୋଟିଏ ପର୍ଯ୍ୟାୟ ମତଦାନରେ ଗୋଆରେ ନିର୍ବାଚନ ଶେଷ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ।