ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, 4 ଟିଏମସି ସମର୍ଥକ ମୃତ

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । ସୁରକ୍ଷା କର୍ମୀଙ୍କ ଗୁଳିରେ 4 ଟିଏମସି ସମର୍ଥକ ମୃତ । ଘଟଣାକୁ ନେଇ ନିର୍ବାଚନ କମିସନ ରିପୋର୍ଟ ମାଗିଛି । ଅଧିକ ପଢନ୍ତୁ...

By

Published : Apr 10, 2021, 12:25 PM IST

Poll violence in Mathabhanga, 4 trinamool supporters died; ec seeks report(update)
ପଶ୍ଚିମବଙ୍ଗ ନିର୍ବାଚନରେ ହିଂସା ,4 ଟିଏମସି ସମର୍ଥକ ମୃତ

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । ସୁରକ୍ଷାକର୍ମୀଙ୍କ ଗୁଳିରେ 4 ଟିଏମସି ସମର୍ଥକ ମୃତ । ଘଟଣାକୁ ନେଇ ନିର୍ବାଚନ କମିସନ ରିପୋର୍ଟ ମାଗିଛି ।

ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଆଜି ରାଜ୍ୟର 44ଟି ଆସନରେ ଚାଲିଛି ନିର୍ବାଚନ । ଆଜି ଉତ୍ତରବଙ୍ଗର କୁଚବିହାର ଜିଲ୍ଲାରେ ମଠଭଙ୍ଗାରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଟିଏମସି ସମର୍ଥକଙ୍କ ହିଂସାକୁ ନେଇ ଗୁଳି ଚଳାଇଥିଲା କେନ୍ଦ୍ରୀୟ ସୁରକ୍ଷାବଳ । କେନ୍ଦ୍ରୀୟ ସୁରକ୍ଷାବଳର ଗୁଳିରେ 4 ଜଣ ବ୍ୟକ୍ତିଙ୍କୁ ଗୁଳି ବାଜିଥିଲା । ସେମାନଙ୍କୁ ତୁରନ୍ତ ମଠଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ମାନେ ହେଲେ ହମିଦୁଲ ହକ୍,ମନିରୁଲ ହକ୍ ,ସମିଉଲୁ ମିଆ,ଅମଜାଦ ହୁସେନ ରହିଛନ୍ତି । ସେମାନେ ତୃଣମୂଳ ସମର୍ଥକ ବୋଲ ଜଣାପଡିଛି । ଏହି ଘଟଣାରେ ଆହୁରୀ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ଆଶା କରାଯାଇଛି । ନିର୍ବାଚନ କମିସନର ସମ୍ପୂର୍ଣ୍ଣ ରିପୋର୍ଟ ପରେ ମୃତ୍ୟୁ ସଂଖ୍ୟାର ସ୍ପଷ୍ଟ ସଂଖ୍ୟା ମିଳିବ ।

ନିର୍ବାଚନୀ ହିଂସାରେ ଚାରି ଜଣ ମୃତ୍ୟୁବରଣ ଘଟଣା ପରେ ନିର୍ବାଚନ କମିଶନ ଘୋର ଚିନ୍ତା ପ୍ରକଟ କରିଛି । ଏହି ଘଟଣାର ତୁରନ୍ତ ରିପୋର୍ଟ ମଗାଇଛି । ଘଟଣା ସ୍ଥଳରେ ହିଂସାକାଣ୍ଡ ଆଶଙ୍କା କରି ଅଧିକ ସୁରକ୍ଷାବଳ ନିୟୋଜିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details