ଓଡିଶା

odisha

ETV Bharat / bharat

Exit Poll Result2022: ହିମାଚଳ ପ୍ରଦେଶରେ ପରମ୍ପରା ବଦଳିବ ନା ସରକାର?

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Elections ) ଫଳାଫଳ ଆସନ୍ତା ଡିସେମ୍ବର 8 (ଗୁରୁବାର) ଆସିବ । ଏହା ପୂର୍ବରୁ ଆଜି ଗୁଜୁରାଟ ମତଦାନ ଶେଷ ହେବା ପରେ ଆସିଛି ବିଭିନ୍ନ ସର୍ଭେ ସଂସ୍ଥାର ଏକଜିଟ ପୋଲ । ଅଧିକ ପଢନ୍ତୁ

By

Published : Dec 5, 2022, 9:45 PM IST

Etv Bharat
Etv Bharat

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Elections ) ଫଳାଫଳ ଆସନ୍ତା ଡିସେମ୍ବର 8 (ଗୁରୁବାର) ଆସିବ । ଏହା ପୂର୍ବରୁ ଆଜି ଗୁଜୁରାଟ ମତଦାନ ଶେଷ ହେବା ପରେ ଆସିଛି ବିଭିନ୍ନ ସର୍ଭେ ସଂସ୍ଥାର ଏକଜିଟ ପୋଲ । ଯାହା ହେବେ ଦେଶର ରାଜନୀତିକୁ ସରଗରମ କରିଦେଇଛି । ଏକଜିଟ ପୋଲ ଅନୁସାରେ ହିମାଚଳ ପ୍ରଦେଶରେ କ୍ଷମତା ବଜାୟ ରଖିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି) । ରାଜ୍ୟର ମୋଟ 68 ଆସନରୁ ବହୁମତ ପାଇଁ 35 ଟି ଆସନ ଆବଶ୍ୟକ ।

Exit Poll Result2022: ହିମାଚଳ ପ୍ରଦେଶରେ ପରମ୍ପରା ବଦଳିବ ନା ସରକାର?

Ajtak/Axis My India- ଅନୁସାରେ ରାଜ୍ୟରେ କ୍ଷମତାସୀନ ବିଜେପି 24 ରୁ 34 ଟି ଆସନ ପାଇବ । କଂଗ୍ରେସକୁ 30 ରୁ 40 ଆସନ ମିଳବ । ଆମ ଆଦମୀ ପାର୍ଟି ରାଜ୍ୟରେ ଖାତା ଖୋଲି ପାରିବ ନାହିଁ । ଅନ୍ୟାନ୍ୟ ଦଳକୁ 4 ରୁ 8 ଟି ଆସନ ମିଳିବ ।

Republic/P-MARQ- ଅନୁସାରେ ରାଜ୍ୟରେ ବିଜେପିକୁ 34 ରୁ 39 ଟି ଆସନ ମିଳିବ । ବିରୋଧୀ କଂଗ୍ରେସକୁ 28 ରୁ 33ଟି ଆସନ ମିଳିବ । ତେବେ ଏହି ସଂସ୍ଥାର ସର୍ଭେ ଅନୁସାରେ ରାଜ୍ୟରେ ଆପ ଖାତା ଖୋଲିପାରେ । ଅନ୍ୟାନ୍ୟ ଦଳକୁ 1 ରୁ 4ଟି ଆସନ ଯାଇପାରେ ।

NewsX/JanKiBaat- ଅନୁସାରେ ବିଜେପି ରାଜ୍ୟରେ 32 ରୁ 40 ଆସନ ପାଇବ । କଂଗ୍ରେସ 27 ରୁ 34 ଟି ଆସନ ପାଇପାରେ । ଆମ ଆଦମୀ ପାର୍ଟି ରାଜ୍ୟରେ ଖାତା ଖୋଲି ପାରିବ ନାହିଁ । ଅନ୍ୟାନ୍ୟ ଦଳକୁ ଗୋଟିଏ ରୁ 2ଟି ଆସନ ମିଳିପାରେ ।

ଏହାବି ପଢନ୍ତୁ- Exit Poll Result 2022: ଗୁଜରାଟରେ ପୁଣି ଗୈରିକ ସରକାର, କାମ ଦେଲା ନାହିଁ AAP ଯାଦୁ

TimesNow-ETG- ଅନୁସାରେ ହିମାଚଳ ପ୍ରଦେଶରେ ବିଜେପି ପୂର୍ଣ୍ଣ ବହୁମତ ସହ କ୍ଷମତା ବଜାୟ ରଖିବ । ବିରୋଧୀ କଂଗ୍ରେସ 28ଟି ଆସନ ପାଇପାରେ । ଏହି ଏକଜିଟ ପୋଲ ଅନୁସାରେ ମଧ୍ୟ ରାଜ୍ୟରେ ଆମ ଆଦମୀ ପାର୍ଟି ଖାତା ଖୋଲିପାରିବ ନାହିଁ । ଅନ୍ୟାନ୍ୟ ଦଳକୁ 2ରୁ ଅଧିକ ଆସନ ମିଳିପାରେ ।

Zee News-BARC- ଅନୁସାରେ ରାଜ୍ୟରେ କ୍ଷମତା ବଜାୟ ରଖିବ । ଦଳକୁ 35 ରୁ 40 ଆସନ ମିଳିବାକୁ ଥିବାବେଳେ, କଂଗ୍ରେସକୁ 20ରୁ 25 ଟି ଆସନ ମିଳିପାରେ । ଆମ ଆଦମୀ ପାର୍ଟିକୁ 0-3 ଟି ଆସନ ମିଳିପାରେ ।

INDIA TV/Matrize- ଅନୁସାରେ ବିଜେପିକୁ 35 ରୁ 40 ଆସନ ମିଳିବାକୁ ଯାଉଛି । କଂଗ୍ରେସକୁ 26 ରୁ 31 ଆସନ ମିଳିୁପାରେ । ସେହିପରି ଆମ ଆଦମୀ ପାର୍ଟିକୁ 0-3 ଆସନ ମିଳିପାରେ ।

37 ବର୍ଷ ଧରି ହୋଇନାହିଁ ସରକାର ରିପିଟ

ହିମାଚଳ ପ୍ରଦେଶରେ ଗତ 37 ବର୍ଷ ଧରି କୌଣସି ଦଳ କ୍ଷମତା ରିପିଟ କରିପାରି ନାହିଁ । ବର୍ଷ 1985 ରେ କଂଗ୍ରେସ ସରକାର ରିପିଟ କରିଥିବା ବେଳେ, ବୀରଭଦ୍ର ସିଂହ ଲଗାତାର ଦ୍ବିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଏହା ପରଠାରୁ କୌଣସି ଦଳ ସରକାର ରିପିଟ କରିପାରି ନାହିଁ । ପ୍ରତି 5 ବର୍ଷରେ ସରକାର ପରିବର୍ତ୍ତନ ହୋଇଆସୁଛି । ସେହି ଆଶାରେ କଂଗ୍ରେସ କ୍ଷମତା ଫେରିପାଇବାକୁ ଆଶାୟୀ ରହିଛି ।

ଭାଙ୍ଗିବ ପରମ୍ପରା !

37 ବର୍ଷ ଧରି ପ୍ରତି 5 ବର୍ଷରେ ସରକାର ପରିବର୍ତ୍ତନ ହୋଇଆସୁଛି । କିନ୍ତୁ ଚଳିତ ନିର୍ବାଚନରେ ବିଜେପି କ୍ଷମତା ବଜାୟ ରଖିବା ସହ ପରାମ୍ପରା ଭାଙ୍ଗିବ ବୋଲି ଦାବି କରିଆସୁଛି । କଂଗ୍ରେର ଦାବି ପରମ୍ପରା ବଦଳିବ ନାହିଁ କିନ୍ତୁ ସରକାର ବଦଳିବ ବୋଲି ଦାବି କରିଛି ।

ABOUT THE AUTHOR

...view details