ଓଡିଶା

odisha

ETV Bharat / bharat

NDA ବୈଠକରେ ଚିରାଗଙ୍କୁ ନିମନ୍ତ୍ରଣ; ନାରାଜ ନୀତିଶ, ବୁଝମଣା କରୁଛି ବିଜେପି - ଏଲଜେପି

ସଂସଦରେ ବଜେଟ ଆଗତ ପୂର୍ବରୁ ଡକାଯାଇଥିବା ଏନଡିଏର ବୈଠକରେ ଏଲଜେପିକୁ ନିମନ୍ତ୍ରଣ କରିବା ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ସଂଘର୍ଷ । ଅଧିକ ପଢନ୍ତୁ...

NDA ବୈଠକରେ ଚିରାଗଙ୍କୁ ନିମନ୍ତ୍ରଣ; ନାରାଜ ନୀତିଶ, ବୁଝମଣା କରୁଛି ବିଜେପି
NDA ବୈଠକରେ ଚିରାଗଙ୍କୁ ନିମନ୍ତ୍ରଣ; ନାରାଜ ନୀତିଶ, ବୁଝମଣା କରୁଛି ବିଜେପି

By

Published : Jan 30, 2021, 8:33 PM IST

ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ(ଏନଡିଏ)ରେ ଚିରାଗ ପାସୱାନଙ୍କୁ ନେଇ ଥମୁନାହିଁ ଅସନ୍ତୋଷର ତାତି । ସଂସଦରେ ବଜେଟ ଆଗତ ପୂର୍ବରୁ ଡକାଯାଇଥିବା ଏନଡିଏର ବୈଠକରେ ଏଲଜେପିକୁ ନିମନ୍ତ୍ରଣ କରିବା ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ସଂଘର୍ଷ । ଏଲଜେପି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଏନଡିଏ ବୈଠକରେ ନିମନ୍ତ୍ରଣର ପ୍ରସ୍ତାବ ପଠାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ।

ଜେଡିୟୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦଳର ସୁପ୍ରିମୋ ନୀତିଶ କୁମାର ନାରାଜ ହେବାରୁ ବିଜେପିର ବଡ ନେତାଙ୍କ ପକ୍ଷରୁ ଚିରାଗଙ୍କୁ ଫୋନ କରି କୁହାଯାଇଛି କି ତାଙ୍କୁ ଭୁଲ ବଶତଃ ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ ଯାଇଥିଲା । ହେଲେ ଘଟଣାକୁ ନେଇ ବିହାର ଏନଡିଏରେ ଅସନ୍ତୋଷ ଦେଖାଦେଇଛି । ବିହାର ବିଧାନସଭା ନିର୍ବାଚନ ପରେ ଏହା ଏନଡିଏର ପ୍ରଥମ ବୈଠକ ଥିଲା ।

ଚିରାଗ ପାସୱାନଙ୍କୁ ନିମନ୍ତ୍ରଣ ନେଇ ବିହାର ଏନଡିଏରେ ସହଯୋଗୀ ଜୀତନରାମ ମାଝିଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା କଡା ଆପତ୍ତି ଜାହିର କରିଛି । ନିଷ୍ପତ୍ତିକୁ ନିନ୍ଦନୀୟ କହି ଏହାର ଭତ୍ସନା କରିଛି ହମ ।

ବିହାର ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଜେଡିୟୁର ପ୍ରାର୍ଥୀମାନେ ଛିଡା ହୋଇଥିବା ସମସ୍ତ ଆସନରେ ଏଲଜେପି ପ୍ରାର୍ଥୀ ଦେଇଥିଲା। ଏହି ନିର୍ବାଚନରେ ​​ନିତୀଶ କୁମାରଙ୍କ ଦଳ ଏକ ବଡ କ୍ଷତି ସହିଛି ଏବଂ ଦଳ ଏଲଜେପି ଏବଂ ଚିରାଗ ପାସୱାନଙ୍କୁ ଏହାର ସବୁଠାରୁ ବଡ କାରଣ ବୋଲି ବିବେଚନା କରୁଛି। ନିର୍ବାଚନ ପରେ ଜେଡିୟୁ ଅନେକ ଥର ଏଲଜେପିକୁ ଏନଡିଏରୁ ବାହାର କରିବାକୁ ଦାବି କରିଛି । ହେଲେ ଏନଡିଏ ବୈଠକରେ ଚିରାଗ ପାସୱାନଙ୍କୁ ଡାକି ବିଜେପି ସ୍ପଷ୍ଟ କରିଛି ଯେ ଏଲଜେପି ଏବେବି ଏନଡିଏର ଏକ ଅଂଶ। ଏଭଳି ପରିସ୍ଥିତିରେ ବିହାରରେ ବିଜେପି ଏବଂ ଜେଡିୟୁ ମଧ୍ୟରେ ଚାଲିଥିବା ବିବାଦ ଆହୁରି ବଢିବାର ସମ୍ଭାବନା ରହିଛି।

ABOUT THE AUTHOR

...view details