ଜୟପୁର(ରାଜସ୍ଥାନ):ରାଜନୀତି ଧୀରେ ଧିରେ ଶତ୍ରୁତାରେ ପରିଣତ ହେଉଛି । କେଉଁଠି ଗଣ୍ଡଗୋଳ ତ କେଉଁଠି ରକ୍ତପାତ ହେଉଛି । ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ । ରାଜନୈତିକ ବିରୋଧ ଶତ୍ରୁତାରେ ପରିଣତ ହେବା ଏକ ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମଣା । ରାଜସ୍ଥାନ ବିଧାନସଭାରେ ୭୫ତମ କମନୱେଲଥ ପାର୍ଲାମେଣ୍ଟାରୀ ଆସୋସିଏସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଧାନ ବିଚାରପତି ।
ସେ ଆହୁରି କହିଛନ୍ତି, "ପୂର୍ବରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହୁଥିଲା । କିନ୍ତୁ ବର୍ତ୍ତମାନ ତାହା କମିବାରେ ଲାଗିଛି। ଏହା ସହିତ ବ୍ୟବସ୍ଥାପିକା ପ୍ରଦର୍ଶନ ଗୁଣବତ୍ତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି ସିଜେଆଇ । ଦେଶର ବ୍ୟବସ୍ଥାପିକା ପ୍ରଦର୍ଶନର ମାନ କମିବା ଦୁଃଖର ବିଷୟ । ଅଧିକରୁ ଅଧିକ ଆଲୋଚନା ନ କରି, ବିଚାରବିମର୍ଶ ଏବଂ ଯାଞ୍ଚ ବିନା ଆଇନ ପ୍ରଣୟନ କରାଯାଉଥିବା କହିଛନ୍ତି ସିଜେଆଇ ଏନ୍.ଭି. ରମଣା ।