ଓଡିଶା

odisha

ETV Bharat / bharat

ଏକଜିଟ୍‌ ପୋଲ ୨୦୨୩: ଆତ୍ମରକ୍ଷା ମୁଡ୍‌ରେ ରାଜନୈତିକ ଦଳ - ଆତ୍ମରକ୍ଷା ମୁଡ୍‌ରେ ରାଜନୈତିକ ଦଳ

Political leaders reaction on exit poll: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌ । ଏହାପରେ ଆତ୍ମରକ୍ଷା ମୁଡ୍‌ରେ ବିଭିନ୍ନ ରାଜନୈତିକ ଦଳ । ଅଧିକ ପଢନ୍ତୁ

Exit Poll 2023 reaction
Exit Poll 2023 reaction

By ETV Bharat Odisha Team

Published : Dec 1, 2023, 6:41 PM IST

ହାଇଦ୍ରାବାଦ:୫ ରାଜ୍ୟର ବିଧାନସଭା ନିର୍ବାଚନର ଏକଜିଟ୍‌ ପୋଲ ପ୍ରକାଶ ପାଇଛି । କେଉଁଠି ପଦ୍ମ ଆଗୁଆ ଥିବା ବେଳେ କେଉଁଠି ହାତ ଆଗରେ ରହିଛି । ଆଉ କେଉଁଠି ଆଞ୍ଚଳିକ ଦଳ ଉପରେ ଭାରି ପଡ଼ିଛି ଜାତୀୟ ଦଳ । ମଧ୍ୟପ୍ରଦେଶରେ ବିଜେପି ସତ୍ତା ବଜାୟ ରଖିବ ଓ ରାଜସ୍ଥାନରେ ବିଜେପି ସରକାର ଗଢିବ ବୋଲି ଆକଳନ କରାଯାଇଛି । ସେପଟେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ବହୁ ମତ ସହ ସରକାର ଗଢିବ ବୋଲି ବୁଥ ବାହୁଡା ମତରେ ପ୍ରକାଶ ପାଇଛି । ଏହାପରେ ବିଭିନ୍ନ ରାଜନୈତିକ ଦଳଗୁଡିକୁ ଆତ୍ମରକ୍ଷା ମୋଡରେ ଦେଖିବାକୁ ମିଳିଛି ।

'ଏକଜାଟ୍‌ ପୋଲ୍‌ ଆମକୁ ଦେବ ଖୁସି ଖବର':-ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଶାସକ ତଥା ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି (BRS) ଠାରୁ ଆଗରେ ରହିଛି କଂଗ୍ରେସ । ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 63-79 ଆସନ ସହ ସ୍ପଷ୍ଟ ବହୁମତ ପାଇବା ନେଇ ଆକଳନ କରିଥିବା ବେଳେ ବିଆରଏସ 31-47 ଆସନ ସହ ବହୁମତ ପଛରେ ରହିଛି । ସେହିପରି ବିଜେପି ମାତ୍ର 2-4 ଆସନ ଓ ଏମଆଇଏମଆଇଏମ ପୂର୍ବ ପରି 5- 7 ଆସନ ମଧ୍ୟରେ ସୀମିତ ରହିବା ନେଇ ଅନୁମାନ କରିଛି ସଂସ୍ଥା । ଏହି ଏକଜିଟ୍‌ ପୋଲ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଆରଏସ କାର୍ଯ୍ୟକାରୀ ସଭାପତି ତଥା ଆଇଟି ମନ୍ତ୍ରୀ କେଟି ରାମା ରାଓ । ସେ କହିଛନ୍ତି, " ଦୀର୍ଘ ଦିନ ପରେ ମୁଁ ଶାନ୍ତିରେ ଶୋଇଛି । ଏକଜିଟ୍‌ ପୋଲରେ ଅଧିକା ଦେଖାଯାଇଛି । ହେଲେ ଆମକୁ ଏକଜାଟ୍‌ ପୋଲ ହିଁ ଖୁସି ଖବର ଦେବ ।"

ଏହା ବି ପଢନ୍ତୁ- ଏକଜିଟ ପୋଲ 2023: ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ପଲ୍ଲା ଭାରି

'ଏକଜିଟ୍‌ ପୋଲ୍‌ ହିଁ ଏକଜାଟ୍‌ ପୋଲ୍‌':-ମଧ୍ୟପ୍ରଦେଶରେ ବିଜେପି ସତ୍ତା ବଜାୟ ରଖିବ ବୋଲି ଏକାଧିକ ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି । ଜନ କି ବାତ ବିଜେପିକୁ 100-123 ଆସନ ଦେଇଥିବା ବେଳେ କଂଗ୍ରେସକୁ 102-125 ଆସନ ଦେଇଛି । ଏକଜିଟ୍‌ ପୋଲ୍‌ ଆସିବା ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ହିଁ 'ଏକଜାଟ୍‌ ପୋଲ୍‌' ବୋଲି କହିଛନ୍ତି । ସେ କହିଛନ୍ତି, " ଏହା ବିଜେପି କର୍ମୀଙ୍କ ପରିଶ୍ରମ ଓ ରାଜ୍ୟବାସୀଙ୍କ ଭଲପାଇବାର ଫଳ । ଗରିବ କଲ୍ୟାଣ ଯୋଜନା, ପିଏମ କିସାନ ସମ୍ମାନ ନିଧି, ଲାଡଲି ବେହେନା ଯୋଜନା, ଲକ୍ଷ୍ମୀ ଯୋଜନା ମାଧ୍ୟମରେ ରାଜ୍ୟବାସୀଙ୍କ ହୃଦୟରେ ଦଳ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।"

ଏହା ବି ପଢନ୍ତୁ- ଅଧା ରହିଯିବ କେସିରଆଙ୍କ ହାଟ୍ରିକ ଆଶା ! ତେଲେଙ୍ଗାନାରେ କ୍ଷମତା ଛଡାଇ ନେଇପାରେ କଂଗ୍ରେସ

'ଆପଣ ଜାଣନ୍ତି କର୍ଣ୍ଣାଟକର ଆକଳନ କଣ ଥିଲା':-କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ୫ଟି ରାଜ୍ୟରେ ଏକଜିଟ୍‌ ପୋଲ୍‌କୁ ଗ୍ରହଣ କରିନାହାନ୍ତି । ସେ କହିଛନ୍ତି, "ମୁଁ ଏକଜିଟ୍‌ ପୋଲକୁ ବିଶ୍ବାସ କରେ ନାହିଁ । କାରଣ ଆପଣ ଜାଣନ୍ତି କର୍ଣ୍ଣାଟକ ଆକଳନର ଫଳ କଣ ହୋଇଥିଲା । ଯେଉଁମାନେ ତୃଣମୂଳ ସ୍ତରରେ ଅଛନ୍ତି, ସେମାନେ ପ୍ରକୃତ ସତ୍ୟ କଣ ଜାଣନ୍ତି । ଏକଜିଟ୍‌ ପୋଲ କିଛି ତଥ୍ୟ ଆଧାରିତ । ଏହା ସମ୍ପୂର୍ଣ୍ଣ ରାଜ୍ୟର ଫଳାଫଳକୁ ଦର୍ଶାଇ ନଥାଏ । ମୋର ଦୃଢ ବିଶ୍ବାସ କଂଗ୍ରେସ ରାଜସ୍ଥାନ ସମେତ ଅଧିକାଂଶ ରାଜ୍ୟରେ ସରକାର ଗଢିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details