ଓଡିଶା

odisha

ETV Bharat / bharat

ଟ୍ବିଟରର ଅଭିଯୋଗ ଅଧିକାରୀଙ୍କ ସମେତ 5 ଜଣଙ୍କୁ ସମନ ଜାରି - ଟ୍ବିଟରକୁ ସମନ

ବୃଦ୍ଧଙ୍କୁ ମାରପିଟ୍ ସମୟର ଭିଡିଓ ଭାଇରାଲ ମାମଲା । ଟ୍ବିଟର ଇଣ୍ଡିଆର ଅଭିଯୋଗ ଅଧିକାରୀ ଧର୍ମେନ୍ଦ୍ର ଚତୁରଙ୍କ ସମେତ 5 ଜଣଙ୍କୁ ସମନ ଜାରି କଲା ଗାଜିଆବାଦ ପୋଲିସ । ଅଧିକ ପଢନ୍ତୁ...

ଟ୍ବିଟରର ଅଭିଯୋଗ ଅଧିକାରୀଙ୍କ ସମେତ 5 ଜଣଙ୍କୁ ସମନ ଜାରି
ଟ୍ବିଟରର ଅଭିଯୋଗ ଅଧିକାରୀଙ୍କ ସମେତ 5 ଜଣଙ୍କୁ ସମନ ଜାରି

By

Published : Jul 4, 2021, 5:08 PM IST

ଉତ୍ତରପ୍ରଦେଶ: ଗାଜିଆବାଦ ଅଞ୍ଚଳରେଜଣେ ବୃଦ୍ଧଙ୍କୁ ମାରପିଟ୍ ସମୟର ଭିଡିଓ ଭାଇରାଲ ଘଟଣା । ଏହି ମାମଲାରେ ଟ୍ବିଟର ଇଣ୍ଡିଆର ଅଭିଯୋଗ ଅଧିକାରୀ ଧର୍ମେନ୍ଦ୍ର ଚତୁରଙ୍କ ସମେତ 5 ଜଣଙ୍କୁ ସମନ ଜାରି କଲା ଗାଜିଆବାଦ ପୋଲିସ ।

ଏହାପୂର୍ବରୁ ପୋଲିସ ଜୁନ 21ରେ ଏକ ନୋଟିସ ଜାରି କରି ବେଙ୍ଗାଲୁରୁରେ ରହୁଥିବା ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶ ମନୀଷ ମହେଶ୍ବରୀଙ୍କୁ ଲୋନି ବର୍ଡର ପୋଲିସ ଷ୍ଟେସନରେ ମାମଲା ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କହିଥିଲା । ଗୁରୁବାର ତାଙ୍କର ବୟାନ ରେକର୍ଡ କରାଯାଇଛି ।

ଜୁନ 15 ତାରିଖରେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ଟ୍ବିଟର Inc, ଟ୍ବିଟର କମ୍ୟୁନିକେସନ ଇଣ୍ଡିଆ, ନ୍ୟୁଜ ୱେବସାଇଟ ଦି ୱେୟାର, ସାମ୍ବାଦିକ ମହମ୍ମଦ ଜୁବେର ଏବଂ ରାଣା ଆୟୁବଙ୍କ ସମେତ କଂଗ୍ରେସ ନେତା ସଲମାନ ନିଜାମୀ, ମୁସ୍କୋର ଉସମାନି ଏବଂ ଲେଖକ ସବା ନକବିଙ୍କୁ ଗିରଫ କରିଥିଲା । ବୃଦ୍ଧଙ୍କୁ ମାଡ ମରା ସମୟର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଏମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ।

ସୂଚନାଥାଉ କି, ଗତ ଜୁନ 5 ତାରିଖରେ ଟ୍ବିଟରରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ମୁସଲିମ ସମ୍ପ୍ରଦାୟର ବୃଦ୍ଧଙ୍କୁ ମାରପିଟ୍ କରାଯିବା ସହ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରାଯାଉଥିଲା । ତେବେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭିଡିଓ ଭାଇରାଲ କରାଯାଇଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Ghaziabad: Ghaziabad Police has again summoned five people including Twitter's Grievance Officer Dharmendra Chatur in connection with a probe related to the assault of an elderly man in the district.

Earlier Twitter India's Managing Director Manish Maheshwari had failed to appear on the scheduled time before the Ghaziabad Police on June 24. Ghaziabad Police on June 21 had issued notice to the Twitter India MD living in Karnataka's Bengaluru and asked to report at its Loni Border police station at 10.30 am on Thursday to get his statement recorded in the case.

On June 15 police had booked Twitter Inc, Twitter Communications India, news website The Wire, journalists Mohammed Zubair and Rana Ayyub, besides Congress leaders Salman Nizami, Maskoor Usmani, Shama Mohamed and writer Saba Naqvi in connection with the case.

They were booked over the circulation of a video in which an elderly man claimed he was thrashed by some young men and also asked him to chant 'Jai Shri Ram' on June 5. The police claim the video was shared to cause communal unrest.

Read:Ghaziabad Police plan legal action to question Twitter MD

ABOUT THE AUTHOR

...view details