ଓଡିଶା

odisha

ETV Bharat / bharat

କୋଭିଡ ନିୟମ ଭାଙ୍ଗି ବିରୋଧ ପ୍ରଦର୍ଶନ କରୁଥିଲେ ସାଂସଦ, ବାନ୍ଧିଲା ପୋଲିସ - ତେଲେଙ୍ଗାନା ଖବର

କୋରୋନା ନିୟମ ଉଲଘଂନ କରି ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ଉପରେ ଆକ୍ରମଣ ନେଇ ଗିରଫ ହୋଇଛନ୍ତି ତେଲେଙ୍ଗାନା ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବଣ୍ଡି ସଞ୍ଜୟ କୁମାର (MP Bandi Sanjay Arrested for Violating Covid rules)। ଅଧିକ ପଢନ୍ତୁ

ବନ୍ଧା ହେଲେ ସାଂସଦ ବଣ୍ଡି ସଞ୍ଜୟ କୁମାର
ବନ୍ଧା ହେଲେ ସାଂସଦ ବଣ୍ଡି ସଞ୍ଜୟ କୁମାର

By

Published : Jan 3, 2022, 10:13 AM IST

Updated : Jan 3, 2022, 11:23 AM IST

ହାଇଦ୍ରାବାଦ: ବନ୍ଧା ହେଲେ ସାଂସଦ ବଣ୍ଡି ସଞ୍ଜୟ କୁମାର । କୋରୋନା ନିୟମ ଉଲଘଂନ କରି ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ଉପରେ ଆକ୍ରମଣ ନେଇ ଗିରଫ ହୋଇଛନ୍ତି ତେଲେଙ୍ଗାନା ବିଜେପି ରାଜ୍ୟ ସଭାପତି ତଥା ସ୍ଥାନୀୟ ସାଂସଦ ବଣ୍ଡି ସଞ୍ଜୟ କୁମାର (MP Bandi Sanjay Arrested for Violating Covid rules)। କେନ୍ଦ୍ରମନ୍ତ୍ରୀ କିଷାନ ରେଡ୍ଡୀ, ବିଜେପି ସାଂସଦ ଏବଂ ବିଧାୟକମାନେ ସଞ୍ଜୟଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିଛନ୍ତି ।

ତେଲେଙ୍ଗାନାରେ ପ୍ରକୃତ ଗଣତନ୍ତ୍ର ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ? ପାର୍ଟି ଅଫିସ୍ ଫାଟକ ଭାଙ୍ଗିବା ଏବଂ ଭିତରକୁ ଯିବା ଅଗଣତାନ୍ତ୍ରିକ ବୋଲି ସେମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର ଶିକ୍ଷକ ଓ କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ତେଲେଙ୍ଗାନାବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଆମେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିଲୁ ହେଲେ ପୋଲିସ ଆସି ସେଥିରେ ବାଧା ସୃଷ୍ଟି କରିବା ସହ ଆମକୁ ଅଟକାଇଥିଲା । କେସିଆର ଓ କେଟିଆର କାର୍ଯ୍ୟକ୍ରମରେ କୋରୋନା ନିୟମ ପ୍ରଯୁଜ୍ୟ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ।

ସୂଚନାଅନୁସାରେ କର୍ମଚାରୀ ଏବଂ ଶିକ୍ଷକ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା GO -317 ବିରୋଧରେ କରିମନଗରରେ ସାଂସଦ ସଞ୍ଜୟ କୁମାରଙ୍କ ନେତୃତ୍ବରେ 'ଜାଗରଣ ଦିକ୍ଷା' ନାମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଯାହାକୁ ତେଲେଙ୍ଗାନା ପୋଲିସ ବନ୍ଦ କରିଛି । ବଣ୍ଡି ସଞ୍ଜୟଙ୍କ ସମର୍ଥନରେ ସେଠାକୁ ଆସିଥିବା ନେତା ତଥା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି।

ଏହି ସମୟରେ ପୋଲିସ ଓ ବିକ୍ଷୋଭକାରୀ ମୁହାମୁହିଁ ହୋଇଥିଲେ । ସେମାନଙ୍କୁ ଜବରଦସ୍ତ ଗିରଫ କରିବା ପାଇଁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ଫଳରେ କିଛି ନେତା ଓ କାର୍ଯ୍ୟକର୍ତ୍ତା ମଧ୍ୟ ଆହତ ହୋଇଥିଲେ। ବିଜେପି ନେତା ଓ କାର୍ଯ୍ୟକର୍ତ୍ତାମାନେ ସଞ୍ଜୟଙ୍କୁ ଅନ୍ୟ କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ଅଫିସ୍ ଭିତରୁ ତାଲା ପକାଇ ଦେଇଥିଲେ । ଏହାପରେ ପୁଣି ସଞ୍ଜୟ କୁମାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହାପରେ ପୋଲିସ ଗେଟ ତାଲା ଭାଙ୍ଗି କାର୍ଯ୍ୟାଳୟ ଭିତରେ ପଶିଥିଲା । ସଞ୍ଜୟଙ୍କୁ ଗିରଫ କଲେ ଆମେ ଜିଅନ୍ତା ଜାଳିହୋଇ ଆତ୍ମହତ୍ୟା କରିବୁ ବୋଲି ବିଜେପି କର୍ମୀମାନେ ପୋଲିସକୁ ଧମକ ଦେଇଥିଲେ । ପୋଲିସ ସାମାନ୍ୟ ପଛଘୁଞ୍ଚା ଦେଇ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲା । ପରେ ଅଗ୍ନଶମ ବାହିନୀ ପହଞ୍ଚି ଲୋକଙ୍କ ଉପରକୁ ପାଣି ପକାଇଥିଲା । ଏହାପରେ ପୋଲିସ କବାଟ କାଚ ଭାଙ୍ଗି ସଞ୍ଜୟ କୁମାରଙ୍କୁ ଗିରଫ କରିଥିଲା । କୋଭିଡ ନିୟମ ଭାଙ୍ଗ କରିଥିବାରୁ ସଞ୍ଜୟଙ୍କୁ ଗିରଫ କରାଯାଇଛି ।

ପ୍ରକାଶ ଥାଉ ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟରେ ସମସ୍ତ ରାଲି, ଧର୍ମଘଟ, ଜନସଭା ବନ୍ଦ କରାଯାଇଛି । ନିୟମକୁ ଅଣଦେଖା କରି ବିକ୍ଷୋଭ ପ୍ରଦର୍ଶନକୁ ନେଇ ପୋଲିସ ପକ୍ଷରୁ ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jan 3, 2022, 11:23 AM IST

ABOUT THE AUTHOR

...view details