ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବୃଦ୍ଧି ପାଉଛି ଚାଷୀଙ୍କ ଆକ୍ରୋଶ । ପ୍ରଦର୍ଶନର ପନ୍ଥା ଆପଣାଇଛନ୍ତି ଚାଷୀ । ଏପରିସ୍ଥିତିରେ ଚାଷୀଙ୍କ ଦିଲ୍ଲୀ ମାର୍ଚକୁ ମିଳିଛି ଅନୁମତି । ବୁରାଡିର ନିରଙ୍କାରୀ ଗ୍ରାଉଣ୍ଡରେ ପ୍ରଦର୍ଶନ କରିପାଇଁ ଚାଷୀଙ୍କୁ ଅନୁମତି ପ୍ରଦାନ କରିଛି ଦିଲ୍ଲୀ ପୋଲିସ । ତେବେ ଦିଲ୍ଲୀ ପୋଲିସର ଏହି ଅନୁମତିକୁ ସ୍ବାଗତ କରିଛନ୍ତି ପଞ୍ଜାନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ।
ପଞ୍ଜାବ ଦେଇ ଆସୁଥିବା ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିସାରିଛି । ତଥାପି ଜାରି ରହିଛି ଚାଷୀଙ୍କ ହିଂସା ପ୍ରଦର୍ଶନ । ସିନ୍ଧୁ ସୀମା ପାର କରିବା ପାଇଁ ଚାଷୀଙ୍କୁ ଅନୁମତି ନମିଳିବା ପରେ ଏଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଚାଷୀମାନେ ପୋଲିସ ଉପରକୁ ପଥର ଫିଙ୍ଗିବା ସହ ବ୍ୟାରିକେଡ ଭାଙ୍ଗିବା ଆରମ୍ଭ କରିଦେଇଥିଲେ । ତେବେ ହିଂସା ପ୍ରଦର୍ଶନକୁ ଆୟତ କରିବା ପାଇଁ ପୋଲିସ ମଧ୍ୟ ପାଣି ମାଡ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ପରେ ଚାଷୀମାନଙ୍କୁ ସିନ୍ଧୁ ସୀମା ପାର କରିବାକୁ ଅନୁମତି ମିଳିଥିଲା ।