ଓଡିଶା

odisha

ETV Bharat / bharat

ତେଲେଙ୍ଗାନା କଂଗ୍ରେସ ନେତାଙ୍କ ବିରୋଧରେ ଦୁଷର୍ମ ମାମଲା ରୁଜୁ କଲା ବେଙ୍ଗାଲୁରୁ ପୋଲିସ - ତେଲେଙ୍ଗାନା ପୋଲିସ

ତେଲେଙ୍ଗାନା କଂଗ୍ରେସ ନେତାଙ୍କ ବିରୋଧରେ ଦୁଷର୍ମ ମାମଲା ରୁଜୁ କଲା ବେଙ୍ଗାଲୁରୁ ପୋଲିସ । ଦୁଷ୍କର୍ମ ଓ ନଗ୍ନ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ୍‌ କରୁଥିବା ଅଭିଯୋଗ ଆଣିଲେ ପୀଡିତା । ଅଧିକ ପଢନ୍ତୁ

Telangana: କଂଗ୍ରେସ ନେତାଙ୍କ ବିରୋଧରେ ଦୁଷର୍ମ ମାମଲା
Telangana: କଂଗ୍ରେସ ନେତାଙ୍କ ବିରୋଧରେ ଦୁଷର୍ମ ମାମଲା

By ETV Bharat Odisha Team

Published : Aug 28, 2023, 10:59 PM IST

ବେଙ୍ଗାଲୁରୁ: ତେଲେଙ୍ଗାନର ଜଣେ କଂଗ୍ରେସ ନେତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲା ବେଙ୍ଗାଲୁରୁ ପୋଲିସ । ବେଙ୍ଗାଲୁରୁର ଏକ ତାରକା ହୋଟେଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଓ ନଗ୍ନ ଫଟୋ, ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ଅଭିଯୋଗରେ ବେଙ୍ଗାଲୁରୁ କୁମ୍ବନ ପାର୍କ ପୋଲିସ ଏହି ରାଜନେତା ଅଭିଯୁକ୍ତଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଏହି ନେତାଜଣଙ୍କ ନାମ କୁମ୍ଭମ ଶିବକୁମାର ରେଡ୍ଡୀ ଓ ସେ ତେଲେଙ୍ଗାନା କଂଗ୍ରେସର ଜଣେ ଜିଲ୍ଲା ସଭାପତି । ସେ ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଏହି ରାଜନେତା ଅଭିଯୁକ୍ତଜଣକ ତାଙ୍କୁ କୌଣସି କାର୍ଯ୍ୟ ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲକୁ ଡାକିଥିଲେ । ପୀଡ଼ିତା ମଧ୍ୟ ହୋଟେଲରେ ପହଞ୍ଚିଥିଲେ । ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏକଥା ପ୍ରକାଶ ନକରିବା ପାଇଁ ଧମକ ମଧ୍ୟ ଦେଇଥିଲେ । ଏପରିକି ସେ ପୀଡିତାଙ୍କ ନଗ୍ନ ଫଟୋ ଓ ଭିଡିଓ ଉତ୍ତୋଳନ କରିବା ସହ ଅଭିଯୋଗ କଲେ ଏହାକୁ ଭାଇରାଲ କରିବା ପାଇଁ ଧମକ ମଧ୍ୟ ଦେଇଥିଲେ । ଏବେ ମଧ୍ୟ ସେ ତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ବିରୋଧରେ ବେଙ୍ଗାଲୁରୁ କୁମ୍ବନ ପାର୍କ ପୋଲିସ ଦୁଷ୍କର୍ମ ଓ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି । କର୍ଣ୍ଣାଟକ ପୋଲିସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ଅଭିଯୁକ୍ତ ରାଜନେତାଙ୍କ ନାମରେ ପୂର୍ବରୁ ହାଇଦ୍ରାବାଦର ପଞ୍ଜାଗୁଟ୍ଟା ପୋଲିସ ଷ୍ଟେସନରେ ମଧ୍ୟ ଏକ ଦୁଷ୍କର୍ମ ଓ ଆର୍ଥିକ ଠକେଇ ମାମଲା ରହିଛି ।

ଏହା ମଧ୍ୟ ପଢନ୍ତୁ :-Karnataka: ସନ୍ଦେହଜନକ ଅବସ୍ଥାରେ ମିଳିଲା ଗୋଟିଏ ପରିବାର 4 ଜଣଙ୍କ ମୃତଦେହ, ଜୀବନ ହାରିଥିବା ସନ୍ଦେହ

ଏହି ଅଭିଯୁକ୍ତ ଜଣକ ଗତ ତେଲେଙ୍ଗାନା ବିଧାନସଭା ନିର୍ବାଚନ (2018) ନାରାୟଣପେଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବା ସହ ପରାସ୍ତ ହୋଇଥିଲେ । ଏବେ ସେ ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି । ପୀଡିତାଙ୍କ ଏତଲା ଆଧାରରେ ବେଙ୍ଗାଲୁରୁ ସିଟି ପୋଲିସ ଏକାଧିକ ଆକ୍ଟରେ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରି ବେଙ୍ଗାଲୁରୁ ନେଇପାରେ । ମାତ୍ର ଏ ସମ୍ପର୍କରେ ସମ୍ପୃକ୍ତ ଅଭିଯୁକ୍ତ କିମ୍ବା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details