ଓଡିଶା

odisha

ETV Bharat / bharat

ଉତ୍ତର ପ୍ରଦେଶରେ ଅପରାଧୀଙ୍କ ରାଜ୍‌, ଗୋଟିଏ ଦିନରେ ଦୁଇ ହତ୍ୟାକାଣ୍ଡ - ଫିରୋଜାବାଦରେ ଝିଅକୁ ତଣ୍ଟି ଚିପି ହତ୍ୟା

ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଠାରେ କିଛି ନୂଆନୂଆ ଅପରାଧ ଦେଖିବାକୁ ମିଳୁଛି । ଅଧିକ ପଢ଼ନ୍ତୁ

ଉତ୍ତର ପ୍ରଦେଶରେ ଅପରାଧୀଙ୍କ ରାଜ୍‌, ଗୋଟିଏ ଦିନରେ ଦୁଇ ହତ୍ୟାକାଣ୍ଡ
ଉତ୍ତର ପ୍ରଦେଶରେ ଅପରାଧୀଙ୍କ ରାଜ୍‌, ଗୋଟିଏ ଦିନରେ ଦୁଇ ହତ୍ୟାକାଣ୍ଡ

By

Published : Jul 15, 2022, 10:36 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଠାରେ କିଛି ନୂଆନୂଆ ଅପରାଧ ଦେଖିବାକୁ ମିଳୁଛି । ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଶୁକ୍ରବାର ରାଜ୍ୟର ପୃଥକ ପୃଥକ ସ୍ଥାନରେ ଅପରାଧ ଘଟିଛି । ଯେଉଁଥିରେ ଦୁଇଟି ହତ୍ୟାକାଣ୍ଡ ସାମିଲ ଥିବା ବେଳେ ଗୋଟିଏ କଙ୍ଗାରୁ କୋର୍ଟ ସାମିଲ ରହିଛି ।

ଶାହଜାହାଁପୁରରେ ଯୁବକଙ୍କୁ ପରିଶ୍ରା ପିଆଇଲେ ଦୁର୍ବୃତ୍ତ

ଜନପଦ ଅଞ୍ଚଳରେ କିଛି ଏଭଳି ଘଟଣା ଘଟିଛି, ଯାହା ତାଲିବାନୀ ଅତ୍ୟାଚାର ସହ ସମାନ । ଜଣେ ଯୁବକଙ୍କୁ ଅପହରଣ କରି ମାଡ଼ ମାରିବା ପରେ ପାଣି ମାଗିବାରୁ ଦୁର୍ବୃତ୍ତମାନେ ତାକୁ ପରିଶ୍ରା ପିଆଇ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହି ସମସ୍ତ ଘଟଣାକୁ ମୋବାଇ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଛନ୍ତି । ସଦର ବଜାର ଥାନାର କକରା ଅଞ୍ଚଳରେ ଇସ୍ତେଖାର ଓ ଶବ୍ବୁଙ୍କ ଜୁଲାଇ ୮ରେ ସର୍ଦ୍ଦାର ରାଜୁ, କୁଲବିନ୍ଦର, ଜିତା ଓ ସୋନୁ ସହ ବଚସା ହୋଇଥିଲା ।

ସେହିଦିନ ସର୍ଦ୍ଦାର ରାଜୁ, କୁଲବିନ୍ଦର, ଜିତା ଓ ସୋନୁ ଇସ୍ତେଖାର ଓ ଶବ୍ବୁଙ୍କୁ ଉଠାଇ ନେଇ ପ୍ରବଳ ମାଡ଼ ମାରି ଲୋହୁ ଲୁହାଣ କରିଥିଲେ । ଅଚେତ ଅବସ୍ଥାରେ ପାଣି ମାଗିବାରୁ ଅମାନବୀୟ ଭାବରେ ଇସ୍ତେଖାର ଓ ଶବ୍ବୁଙ୍କୁ ପରିଶ୍ରା ପିଆଇ ଦେଇଥିଲେ ଅଭିଯୁକ୍ତ । ଏହି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜା ଚଳାଇଛି ।

ଜୌନପୁରରେ ପ୍ରେମିକକୁ ପିଟିପିଟି ମାରିଦେଲେ

ମୁଙ୍ଗବାଦଶାହପୁର ଥାନା ବିଜାଧାରମଉରେ ପ୍ରେମିକା ଭେଟିବାକୁ ଆସିଥିବା ବେଳେ ପ୍ରେମିକକୁ ପିଟିପିଟି ହତ୍ୟା କରିଛନ୍ତି ସ୍ଥାନୀୟ ଲୋକ । ମୃତକ ଆଶାପୁର ଗାଁର ଅରବିନ୍ଦ ପାଲ୍‌ ବୋଲି ଜଣା ପଡ଼ିଛି । ପୋଲି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଆଶାପୁର ଗାଁର ଅରବିନ୍ଦ ଦୀର୍ଘ ଦିନ ହେବ ବିଜାଧାରମଉ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଗୁରୁବାର ପ୍ରେମିକା ଭେଟିବାକୁ ଯାଇଥିବା ବେଳେ ୨୨ ବର୍ଷୀୟ ଯୁବକଙ୍କୁ ଯୁବତୀଙ୍କ ପରିବାର ଲୋକେ ଏକ ଗଛରେ ବାନ୍ଧି ଦେଇଥିଲେ । ଏହାପରେ ତାକୁ ନିସ୍ତୁକ ମାଡ଼ ମାରିଥିଲେ । ଏହାକୁ ନେଇ ଯୁବକଙ୍କ ପରିବାରକୁ ଖବର ଦିଆଯାଇଥିଲେ ସୁଦ୍ଧା ମାଡ଼ ଭୟରେ ସେମାନେ ଘଟଣାସ୍ଥଳକୁ ଆସିନଥିଲେ । ସେପଟେ ନିସ୍ତୁକ ମାଡ଼ ପରେ ଯୁବକ ଜଣକ ନିସ୍ତେଜ ହୋଇ ପାଣି ମାଗିଥିଲେ । ପାଣି ଦେବାର କିଛି କ୍ଷଣ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ଫିରୋଜାବାଦରେ ଝିଅକୁ ତଣ୍ଟି ଚିପି ହତ୍ୟା

ଅନ୍ୟ ଜାତିର ପୁଅରୁ ପ୍ରେମ କରି ଝିଆ ପାଇଁ ହେଲା କାଳ । ଏଠାରେ ଏକ ଚୁଡ଼ି କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଛି । ମନୋଜ ରାଠୋର ନାମକ ବ୍ୟକ୍ତିଙ୍କ ଝିଅ ଅନ୍ୟ ଜାତିର ପୁଅର ପ୍ରେମରେ ପଡ଼ି ଯାଇଥିଲା । ଏହାପରେ ପ୍ରେମିକକୁ ବିବାହ କରିବାକୁ ଝିଅ ଜିଦ୍‌ କରିଥିଲା ।

ଗତ ଜୁଲାଇ ୧୨ ତାରିଖରେ ପ୍ରେମିକ ସହ ଝିଅକୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା ମନୋଜ । ଏହାପରେ ପ୍ରେମିକକୁ ବିବାହ କରିବାକୁ ଜିଦ୍‌ ଧରି ବସିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ନିଜ ଝିଅକୁ ହତ୍ୟା କରିଛି ।

ABOUT THE AUTHOR

...view details