ଅମରାବତୀ: ଆନ୍ଧ୍ରପ୍ରଦେଶ କୁରନୂଲ ଅଞ୍ଚଳରୁ ବହୁ ପରିମାଣର ସୁନା, ମୋତି ଓ ହୀରା ଜବତ ହୋଇଛି । ହାଇଦ୍ରାବାଦରୁ ତାମିଲନାଡୁର ମଧୁରାଇକୁ ଯାଉଥିବା ଏକ ଯାତ୍ରୀବାହୀ ବସରୁ ଏହି ଅଳଙ୍କାର ସବୁ ଜବତ କରାଯାଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଜବତ ଅଳଙ୍କାରଗୁଡିକର ମୂଲ୍ୟ 1 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ।
ବସରୁ ଏକ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ହୀରା-ମୋତି-ସୁନା ଜବତ - ଆନ୍ଧ୍ରପ୍ରଦେଶ ଖବର
ଆନ୍ଧ୍ରପ୍ରଦେଶ କୁରନୂଲ ଅଞ୍ଚଳରୁ ବହୁ ପରିମାଣର ସୁନା, ମୋତି ଓ ହୀରା ଜବତ । ଅଳଙ୍କାରଗୁଡିକର ମୂଲ୍ୟ 1 କୋଟିରୁ ଊର୍ଦ୍ଧ୍ବ ହେବା ନେଇ ଆକଳନ । ଅଧିକ ପଢନ୍ତୁ...
![ବସରୁ ଏକ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ହୀରା-ମୋତି-ସୁନା ଜବତ ବସରୁ ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ହୀରା-ମୋତି-ସୁନା ଜବତ](https://etvbharatimages.akamaized.net/etvbharat/prod-images/768-512-11399981-thumbnail-3x2-and.jpg)
ବସରୁ ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ହୀରା-ମୋତି-ସୁନା ଜବତ
ସୂଚନାଯୋଗ୍ୟ, ବସଟି ତାଲିମନାଡୁ ଅଭିମୁଖେ ଯାଉଥିବା ସମୟରେ କୁରନୂଲ ଜିଲ୍ଲାର ପଞ୍ଚ ଲିଙ୍ଗାଲ ଚେକ ପୋଷ୍ଟଠାରେ ପୋଲିସ ବସକୁ ଅଟକାଇଥିଲା । ଗାଡିଟିକୁ ଯାଞ୍ଚ କରିବା ପରେ ସେଥିରୁ 518 ଗ୍ରାମ 22 କ୍ୟାରେଟ ସୁନା, 579 ଗ୍ରାମର 18 କ୍ୟାରେଟ ସୁନା, 60 ଲକ୍ଷ 54 ହଜାର ଟଙ୍କା ମୂଲ୍ୟର ହୀରା, 27 ହଜାର ମୂଲ୍ୟର ମୋତି ଜବତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ