ଓଡିଶା

odisha

ETV Bharat / bharat

ବର୍ବରତାର ସୀମା ଟପିଲା ଅଭିଯୁକ୍ତ; ପତ୍ନୀକୁ ଚଟାଉଥିଲା ଅଇଁଠା, ଝିଅକୁ କରୁଥିଲା ଦୁଷ୍କର୍ମ - ପତ୍ନୀକୁ ଚଟାଉଥିଲା ଅଇଁଠା

ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ପତ୍ନୀ ଉପରେ ଅତ୍ୟାଚାର କରୁଥିବା ବେଳେ ନିଜ ନାବାଳିକାକୁ ଝିଅକୁ କରୁଥିଲା ଦୁଷ୍କର୍ମ । ଅଧିକ ପଢନ୍ତୁ

UP Crime
UP Crime

By ETV Bharat Odisha Team

Published : Oct 13, 2023, 9:06 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା ରୋରାୱର ଅଞ୍ଚଳରେ ଅଭାନୀୟ ଘଟଣା । ବର୍ବରତାର ସୀମା ଟପିଲା ଅଭିଯୁକ୍ତ । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏହା ନିଷ୍ଠୁରତାର କାହାଣୀ ବଖାଣିଛି । ଅଭିଯୁକ୍ତ ଜଣକ ନିଜ ପତ୍ନୀକୁ ମାରପିଟ କରୁଥିବା ସହ ଅଇଁଠା ଚଟାଇବା ଲାଗି ବାଧ୍ୟ କରୁଥିବା ବେଳେ ନିଜ ଝିଅକୁ କରୁଥିଲା ଦୁଷ୍କର୍ମ । ପୋଲିସ ଏହି ମାମଲାର ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତ ମହିଳା ଓ ଅଭିଯୁକ୍ତର ଏକ ଅଡିଓ ଭାଇରାଲ ହୋଇଥିଲା । ଏଥିରେ ପୀଡ଼ିତା ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀକୁ ହତ୍ୟା କରିବା ଲାଗି କହୁଥିଲେ । ତାଙ୍କ ସ୍ବାମୀ ଝିଅକୁ ଦୁଷ୍କର୍ମ କରୁଥିବାରୁ ଏପରି କରିବା ଲାଗି ସେ କହୁଥିଲେ । ଏହାପରେ ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏଥିରେ ଅଭିଯୁକ୍ତ ଜଣକ ନିଜ ପତ୍ନୀ ଓ ଝିଅକୁ ନିଷ୍ଠୁରତାର ସହ ମାରପିଟ କରୁଥିବା ଦେଖିବାକୁ ମିଳିଥିଲା । ଏହାସହିତ ନାବାଳିକା ଝିଅ ସହିତ ଅଶ୍ଳୀଳ ବ୍ୟବହାର ଓ ନିଜ ପତ୍ନୀକୁ ଅଇଁଠା ଚାଟିବା ଲାଗି ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ଜନ୍ମକଲା ଝିଅକୁ ଦୁଷ୍କର୍ମ କରୁଥିଲା ବାପା; ଗୁଳି କରି ହତ୍ୟା କଲେ ପୀଡିତା

ମହିଳାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ସ୍ବାମୀ ତାଙ୍କୁ ବେଲ୍ଟରେ ମାଡ଼ ମାରୁଥିଲେ । ଏହାସହିତ ଘରେ ଅଇଁଠା ଥାଳି ଚଟାଉଥିଲେ । ଏହାକୁ ସେ ବିରୋଧ କରିବା ପରେ ସ୍ବାମୀ ମାଡ ମାରୁଥିଲେ । ଏହାସହିତ ଗତ ୬ ବର୍ଷ ଧରି ନାବାଳିକା ଝିଅ ସହ ସେ ଦୁଷ୍କର୍ମ କରୁଥିବା ବେଳେ ଝିଅକୁ ମଧ୍ୟ ମାଡ଼ ମାରୁଥିଲେ । ପୋଲିସ ନିକଟରେ ଏଭଳି ଅଭିୟୋଗ ଆଣିଛନ୍ତି ଅଭିଯୁକ୍ତର ପତ୍ନୀ । ଅତ୍ୟାଚାର ଅସହ୍ୟ ହେବା ପରେ ଅଭିଯୁକ୍ତ ସ୍ବାମୀ ବିରୋଧରେ ପତ୍ନୀ ଥାନାର ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢନ୍ତୁ-3ବର୍ଷ ଧରି ନାବାଳିକା ଝିଅକୁ ବାପାର ଦୁଷ୍କର୍ମ, ସମର୍ଥନ କରୁଥିଲା ମା’ !

ରୋରାୱର ପୋଲିସ ନିକଟରେ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖି ଥାନା ଅଧିକାରୀ ଅଭୟ କୁମାର ପାଣ୍ଡେ କହିଛନ୍ତି, "ମହିଳାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି । ସଙ୍ଗେ ସଙ୍ଗେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିବ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details