ଡେରାଡୁନ:ପ୍ରତାପନଗରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯୌତୁକ ପାଇଁ ବୋହୂକୁ ଶାଶୁଘର ଲୋକଙ୍କ ଅକଥନୀୟ ଅତ୍ୟାଚାର । ଅଭିଯୋଗ ଅନୁସାରେ, ମହିଳାଙ୍କୁ ବନ୍ଦ କୋଠରୀରେ ରଖି ମାନସିକ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ (Heartbreaking act of in laws with married)। କେବଳ ସେତିକି ନୁହେଁ ପାଇଖାନାରେ ତାଲା ପକାଇ ବିନା ଖାଦ୍ୟ ଓ ବିନା ପାଣିରେ ଅନ୍ଧାର ଗୃହରେ ବନ୍ଦୀ କରାଯାଇଥିଲା ମହିଳାଙ୍କୁ । କେବଳ ଏତିକିରେ ସୀମିତ ନଥିଲା ନିର୍ଯାତନା ଶାଶୁଘର ଲୋକେ ମହିଳାଙ୍କ ଉପରକୁ ଗରମପାଣି ପକାଇବା ସହ ଗରମ ତାଓ୍ବାରେ ଚେଙ୍କ ମଧ୍ୟ ଦେଉଥିଲେ ।
ଉତ୍ତରାଖଣ୍ଡର ପ୍ରତାପନଗରରୁ ରିଣ୍ଡୋଲ ଗ୍ରାମରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଉତ୍ତରାଖଣ୍ଡ ମହିଳା ଆୟୋଗର (Uttarakhand Women Commission) ହସ୍ତକ୍ଷେପ ପରେ ଶାଶୁ ସୁଭଦ୍ରା ଦେବୀ ଓ ନଣନ୍ଦ ଜୟା ଜାଗୁଡିଙ୍କୁ ଗିରଫ କରିଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ କମେଡିଆନ ରାଜୁ ଶ୍ରୀବାସ୍ତବ: ଝୁରୁଛି କଳାକାର ଜଗତ, କାନ୍ଦୁଛି ଦେଶ
ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଆୟୋଗ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଆୟୋଗର ସଭାପତି କୁସୁମ କାଣ୍ଡୱାଲ କହିଛନ୍ତି ଯେ, "ପୀଡିତା ପ୍ରୀତିଙ୍କୁ ବନ୍ଧକ ରଖି ତାଙ୍କ ଶାଶୁ ତାଙ୍କୁ ଅତି ନିର୍ମମ ଭାବେ ପିଟୁଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ପୀଡିତାଙ୍କୁ ଚିକିତ୍ସା ପାଇଁ କରୋନେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶାଶୁ ଓ ନଣନ୍ଦ ଉଭୟେ କୃରତାର ସମସ୍ତ ସୀମା ଅତିକ୍ରମ କରି ବୋହୂର ଶରୀରର ପ୍ରାୟ ୨୦ଟି ସ୍ଥାନରେ ଜାଳି ଦେଇଛନ୍ତି । ଯେତେବେଳେ ମହିଳାଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ, ସେତେବେଳେ ପ୍ରୀତିଙ୍କୁ ବିନା ପୋଷାକରେ ରୋଷେଇ ଘରେ ବନ୍ଦୀ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।"
ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ମଙ୍ଗଳବାର ଡାକ୍ତର ଅଲଟ୍ରାସାଉଣ୍ଡ ପାଇଁ ବହୁବାର ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ସମ୍ଭବ ହୋଇପାରିନଥିଲା । କାରଣ ଡାକ୍ତରଙ୍କ କହିବା ଅନୁସାରେ ସେ ଗତ ୭ଦିନ ହେବ ପାଣି କି ଖାଦ୍ୟ ଗ୍ରହଣ କରିନଥିଲେ । ପୀଡିତାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ, ଶାଶୁଙ୍କର ଲେକେ ପ୍ରୀତିକୁ ବହୁତ ହଇରାଣ କରୁଥିଲେ । ଖାଦ୍ୟ ପାନୀୟ ନଦେବା ସହ ପାଇଖାନାରେ ରଖି ମାଡ ମାରିବା ସହ ଅତ୍ୟାଚାର କରୁଥିଲେ ।