ଅମରାବତୀ: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅମ୍ଳଜାନ ସଙ୍କଟ ସହିତ ବିଭିନ୍ନ ଔଷଧର ଚୋରା ଚାଲାଣ ବୃଦ୍ଧି ପାଉଛି । ରେମଡେସିଭିର କୋରୋନା ଆକ୍ରାନ୍ତଙ୍କ ପାଇଁ ସଞ୍ଜୀବନୀ ସାଜିଥିବା ବେଳେ ଏହାକୁ କଳା ବଜାରରେ ବିକ୍ରି କରାଯାଉଛି । ତେବେ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର 2 ଜଣ ଲୋକଙ୍କୁ ନକଲି ରେମଡେସିଭିର ଇଞ୍ଜେକ୍ସନ ବିକ୍ରି କରୁଥିବା ବେଳେ ଗିରଫ କରାଯାଇଛି ।
ଗିରଫ ହୋଇଥିବା 2 ଜଣ ବ୍ୟକ୍ତି ଭାନୁ ପ୍ରତାପ ଓ ବୀରାବାବୁ ରେମଡେସିଭିର ନାମରେ ଫେକ ଇଞ୍ଜେକ୍ସନ ବିକ୍ରି କରୁଥିବା ବିଜୟୱାଡା ସିଟି ପୋଲିସକୁ ଖବର ମିଳିଥିଲା । ଏହାପରେ ସେଠାରେ ଚଢାଉ କରାଯାଇ ଏହି 2 ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ବି ଶ୍ରୀନୁଭାସୁଲୁ କହିଛନ୍ତି । ଭାନୁ ପ୍ରତାପ ସ୍ଥାନୀୟ ମଙ୍ଗଲଗିରି ସହରରେ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ହାଇଦ୍ରାବାଦରେ ଏହି ନକଲି ଇଞ୍ଜେକ୍ସନକୁ 52 ହଜାର ଟଙ୍କାରେ ବିକ୍ରି କରିଛନ୍ତି ।