ଓଡିଶା

odisha

ETV Bharat / bharat

PoK is Part of India: PoK ଭାରତର ଥିଲା, ଅଛି ରହିବ...

ପାକିସ୍ତାନକୁ ଚେତାବନୀ ଦେଇ ରାଜନାଥ କହିଛନ୍ତି, ‘‘ପାକିସ୍ତାନ ସରକାରକୁ ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ, ନିଜ ଘର ସମ୍ଭାଳନ୍ତୁ । ପାକିସ୍ତାନରେ ଯେଉଁଭଳି ସ୍ଥିତି ଅଛି କିଛି ବି ଘଟିଲେ ଆଶ୍ଚର୍ଯ୍ୟ ହେବାର ନାହିଁ। ବେଆଇନ ଭାବେ ପିଓକେ ଅଧିକାର କଲେ ମାନ୍ୟତା ମିଳିବ ନାହିଁ।" ଅଧିକ ପଢନ୍ତୁ

By

Published : Jun 26, 2023, 6:23 PM IST

PoK is Part of India: PoK ଭାରତର ଥିଲା, ଅଛି ରହିବ...
PoK is Part of India: PoK ଭାରତର ଥିଲା, ଅଛି ରହିବ...

ଜମ୍ମୁ: ପିଓକେକୁ ନେଇ ଭାରତ ସରକାରଙ୍କୁ ବିଶେଷ କିଛି କରିବାକୁ ପଡିବ ନାହିଁ । ପିଓକେରେ ପାକିସ୍ତାନ ଯେଭଳି ଅତ୍ୟାଚାର ଚଳାଇଛି, ପିଓକେବାସୀ ହିଁ ଭାରତରେ ମିଶିବାକୁ ଦାବି କରିବେ । ଆପଣ ମାନେ ଦେଖିଛନ୍ତି ନିକଟ ଭବିଷ୍ୟତରେ ପିଓକେ ଲୋକ ଏହି ଦାବି କରିବା ଆରମ୍ଭ କରିଛନ୍ତି । ଏହା କୌଣସି ଛୋଟ କଥା ନୁହେଁ । ଆମକୁ ବିଶେଷ କିଛି କରିବାକୁ ପଡିବ ନାହିଁ। ପିଓକେ ବାସୀ ଭାରତୀୟଙ୍କୁ ଦେଖୁଛନ୍ତି । ଏଠି କିଭଳି ଶାନ୍ତି ଓ ବିକାଶ ଚାଲିଛି। ପାକିସ୍ତାନ ପିଓକେରେ ଅତ୍ୟାଚାର କରୁଛି । ଯାହାର ପରିଣାମ ଭୋଗିବାକୁ ପଡିବ ପାକିସ୍ତାନକୁ । ପିଓକେକୁ ନେଇ ଭାରତର ସଂସଦରେ ସର୍ବସମ୍ମତିକ୍ରମେ 3 ଟି ପ୍ରସ୍ତାବ ପାରିତ ହୋଇସାରିଛି। ପାକିସ୍ତାନ ଅଧିକୃତ କାଶ୍ମୀର(PoK) ଭାରତର ଅଙ୍ଗ ଥିଲା, ଅଛି ରହିବ।

ପାକିସ୍ତାନକୁ ଚେତାବନୀ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି । ସେ ପୁଣି କହିଛନ୍ତି, ‘‘ପାକିସ୍ତାନ ସରକାରକୁ ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ, ନିଜ ଘର ସମ୍ଭାଳନ୍ତୁ । ପାକିସ୍ତାନରେ ଯେଉଁଭଳି ସ୍ଥିତି ଅଛି କିଛି ବି ଘଟିଲେ ଆଶ୍ଚର୍ଯ୍ୟ ହେବାର ନାହିଁ। ବେଆଇନ ଭାବେ ପିଓକେ ଅଧିକାର କଲେ ମାନ୍ୟତା ମିଳିବ ନାହିଁ।"

ଆଜି ସୋମବାର ଜମ୍ମୁ ବିଶ୍ବବିଦ୍ୟାଳୟରେ ପ୍ରତିରକ୍ଷା କନକ୍ଲେଭକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ‘‘ଗତ 9 ବର୍ଷ ଧରି ଦୁନିଆରେ ଭାରତର ପ୍ରତିଷ୍ଠା, ସମ୍ମାନ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତର ବିକାଶ ଦୃତ ଗତିରେ ଚାଲିଛି । ପୁରା ବିଶ୍ବ ଆଜି ଭାରତ ପାଖରୁ କିଛି ଅପେକ୍ଷା କରିଛି । ସାରା ବିଶ୍ବକୁ ଗୋଟିଏ ପରିବାର ଭାବେ ଭାରତ ଗ୍ରହଣ କରିଛି । ଭାରତ ସାରା ବିଶ୍ବର ମଙ୍ଗଳ ଚାହେଁ । କିନ୍ତୁ କିଛି ସ୍ବାର୍ଥ ପାଇଁ ଆମର ପଡୋଶୀ ସୀମାରେ ବାରମ୍ବାର ଷଡଯନ୍ତ୍ର ରଚୁଛନ୍ତି ।’’

ରାଜନାଥ ଆହୁରି କହିଛନ୍ତି ଜମ୍ମୁ କାଶ୍ମୀରର କିଛି ଅଂଶ ପାକିସ୍ତାନ ବେଆଇନ ଭାବେ ଅଧିକୃତ କରି ରଖିଛି । ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଭାରତର ଅଭିନ୍ନ ଅଙ୍ଗ । ଏହି ଭୂଖଣ୍ଡ ଭାରତର ଥିଲା, ଅଛି ରହିବ । ପିଓକେରେ ପାକିସ୍ତାନ ଚଳାଇଥିବା ଅତ୍ୟାଚାରର ଅନ୍ତ ହେବ। ପିଓକେବାସୀ ଆଜି ଭାରତର ବିକାଶ ଓ ଶାନ୍ତିକୁ ଦେଖୁଛନ୍ତି। ସେମାନେ ଭାରତରେ ମିଶିବାକୁ ଚାହୁଁଛନ୍ତି ।

ସମ୍ମିଳନୀକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆତଙ୍କବାଦ ବିରୋଧରେ ଆରପାର ଲଢେଇ ଚାଲିଛି । ମୋଦି ସରକାର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଆତଙ୍କବାଦୀ ସଂଗଠନର ଆର୍ଥିକ ସୂତ୍ରକୁ ସରକାର ଭାଙ୍ଗିଛନ୍ତି । ଆତଙ୍କି ପାଣ୍ଠିକୁ ସରକାର ରୋକ ଲଗାଇଛନ୍ତି। ଆତଙ୍କବାଦ ବିରୋଧରେ ମୋଦି ସରକାର ଶୁନ୍ୟସହନଶୀଳ ନୀତି ଆପଣାଇଛନ୍ତି । ଦେଶର ଅଖଣ୍ଡତା ସାର୍ବଭୌମତ୍ୟ ଉପରେ କେହି ଆଖି ପକାଇଲେ ସରକାର ଚୁପ ରହିବେ ନାହିଁ । ଭାରତ ସରକାର ଆଜି ଆତଙ୍କବାଦ ଓ ଆତଙ୍କି ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି । ଆତଙ୍କବାଦର ମୂଳପୋଛ ପାଇଁ ଯେକୌଣସି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ପଡିବ ସରକାର ନେବାକୁ ପଛାଇବେ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଦେଶରୁ ଭ୍ରଷ୍ଟାଚାର ସଫା କରିବା ପାଇଁ ମୋଦି ସରକାର କାମ କରୁଛନ୍ତି । ଭ୍ରଷ୍ଟାଚାର ବିରୋଧରେ ମୋଦି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ମୁଁ କହୁନାହିଁ ଆମେ ଭ୍ରଷ୍ଟାଚାର ସଫା କରିଦେଲୁ । କିନ୍ତୁ ଭ୍ରଷ୍ଟାଚାର ବନ୍ଦ ପାଇଁ ଅଥବା ସଫା ପାଇଁ ମୋଦି ସରକାର ପ୍ରକ୍ରିଯା ଆରମ୍ଭ କରିଛନ୍ତି ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଆଜି ବୈଶ୍ବିକ ମଞ୍ଚରେ ଭାରତ କହୁଛି... ଦୁନିଆ ଶୁଣୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆଜି ଭାରତର ସମ୍ମାନ ପ୍ରତିଷ୍ଠା ବିଶ୍ବସ୍ତରରେ ବଢିଛି । 2014 ପୂର୍ବରୁ ଏହି ମାନ ସମ୍ମାନ ନଥିଲା । 2014 ପରେ ସ୍ଥିତି ବଦଳିଛି ।

ABOUT THE AUTHOR

...view details