ଓଡିଶା

odisha

ETV Bharat / bharat

PM Modi Security Breach: ୧୫୦ ଜଣଙ୍କ ବିରୋଧରେ ମାମଲା - ପଞ୍ଜାବର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି

ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରୋକିବା (PMs security breach) ନେଇ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ। ଏନେଇ ପଞ୍ଜାବ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ

PMs security breach: ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ
PMs security breach: ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

By

Published : Jan 7, 2022, 8:26 PM IST

ଚଣ୍ଡୀଗଡ଼: ପଞ୍ଜାବର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳାକୁ (PMs security breach) ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରୋକିବା ନେଇ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ। ଏନେଇ ପଞ୍ଜାବ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପଞ୍ଜାବ ଫିରୋଜପୁର ଜିଲ୍ଲା ଅନ୍ତର୍ଗତ କୁଲଗାରୀ ଥାନା ଅଞ୍ଚଳରେ ୧୫୦ ଜଣ ଅଜଣା ଲୋକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ରୋକିବା ନେଇ ମାମଲା ରୁଜୁ କରାଯାଇଛି। ତାଙ୍କ ବିରୋଧରେ ଆଇପିସିର ଧାରା 283 (Danger or obstruction in public way or line of navigation) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହା ପରେ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଦେଶର ଏକ ଉଚ୍ଚତମ ସାମ୍ବିଧାନକି ପଦରେ ଅଧିଷ୍ଠିତ ବ୍ୟକ୍ତିଙ୍କୁ ଲୋକଙ୍କ ବିରୋଧକୁ ନାପସନ୍ଦ କରାଯାଇଛି । ଏହା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ନିଜ ଜୀବନ ବଞ୍ଚାଇ ଫେରିଆସିଲି ବୋଲି କହିଥିବାବେଳେ ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସଠିକ ଥିଲା ବୋଲି କହିଛନ୍ତି।

ସୂଚନାଥାଉକି ଗତ ଜାନୁୟାରୀ ୫ ତାରିଖ ଦିନ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ରୋକିଥିଲେ ଆନ୍ଦୋଳନକାରୀ । ଏକ ସାଧାରଣ ସଭାରେ ଯୋଗ ଦେବାକୁ ଫିରୋଜପୁର ଫ୍ଲାଏ ଓଭର ଦେଇ ଯାଉଥିବା ସମୟରେ ରୋକିଥିଲେ ଆନ୍ଦୋଳନକାରୀ । ଯାହା ଫଳରେ ଦୀର୍ଘ ୧୫ ରୁ ୨୦ ମିନିଟ ଫସି ରହିଥିଲେ ପ୍ରଧାନମନ୍ତ୍ରୀ । ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତଦନ୍ତ ସ୍ଥଗିତ ରଖିବାକୁ ପଞ୍ଜାବ ଓ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

@ANI

ABOUT THE AUTHOR

...view details