ଓଡିଶା

odisha

ETV Bharat / bharat

ଛତିଶଗଡ ନିର୍ବାଚନ ପ୍ରଚାରରେ ରାସନ ଯୋଜନା ଅବଧି ବୃଦ୍ଧି ଘୋଷଣା ଆଚରଣ ବିଧିର ଉଲ୍ଲଙ୍ଘନ: କଂଗ୍ରେସ - ଛତିଶଗଡ ବିଧାନସଭା ନିର୍ବାଚନ

ଛତିଶଗଡ ନିର୍ବାଚନ ପ୍ରଚାରରେ ରାସନ ଯୋଜନା ଅବଧି ବୃଦ୍ଧି ଘୋଷଣା କରିବା ଆଚରଣ ବିଧିର ଉଲ୍ଲଙ୍ଘନ କହିଲା କଂଗ୍ରେସ । କାର୍ଯ୍ୟାନୁଷ୍ଠାନ ଦାବି କଲେ ଜୟରାମ ରମେଶ । ଅଧିକ ପଢନ୍ତୁ

ଛତିଶଗଡ ନିର୍ବାଚନ ପ୍ରଚାରରେ ରାସନ ଯୋଜନା ଅବଧି ବୃଦ୍ଧି ଘୋଷଣା କରିବା ଆଚରଣ ବିଧିର ଉଲ୍ଲଙ୍ଘନ: କଂଗ୍ରେସ
ଛତିଶଗଡ ନିର୍ବାଚନ ପ୍ରଚାରରେ ରାସନ ଯୋଜନା ଅବଧି ବୃଦ୍ଧି ଘୋଷଣା କରିବା ଆଚରଣ ବିଧିର ଉଲ୍ଲଙ୍ଘନ: କଂଗ୍ରେସ

By ETV Bharat Odisha Team

Published : Nov 7, 2023, 4:40 PM IST

ନୂଆଦିଲ୍ଲୀ:ଆଜି ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ତେବେ ନିକଟରେ ଏହି ପ୍ରର୍ଯ୍ୟାୟରେ ନିର୍ବାଚନ ପ୍ରଚାର କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରୀୟ ରାସନ ଯୋଜନା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ର ଅବଧି ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏଥିରେ 80 କୋଟି ଦେଶବାସୀ ଉପକୃତ ହେବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ । ନିର୍ବାଚନ ପ୍ରଚାରରେ ଏପରି ଯୋଜନା ସମ୍ପର୍କରେ ଘୋଷଣା କରିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଟ୍ବିଟରେ ଜୟରାମ କହିଛନ୍ତି, ଛତିଶଗଡରେ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ସମ୍ପ୍ରସାରଣ କରିବା ପାଇଁ ଘୋଷଣା କଲେ । ଏବେ ଜାଣିବାକୁ ମିଳିଛି ଯେ, କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତିକୁ ଅନମୋଦନ କରିନି । ପ୍ରଧାନମନ୍ତ୍ରୀ ପ୍ରଥମେ ଏହି ଘୋଷଣା କରୁଛନ୍ତି, ପରେ ସରକାର ପ୍ରକ୍ରିୟା ଆରମ୍ଭ କରୁଛନ୍ତି । ନିର୍ବାଚନ ପ୍ରଚାରରେ ଏପରି ଘୋଷଣା କରାଯିବା ନିର୍ବାଚନ ଆଦର୍ଶ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ । ନିର୍ବାଚନ ଆୟୋଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ?

ଏହା ମଧ୍ୟ ପଢନ୍ତୁ:- Maheswar Mohanty Passes Away: ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି

ଏଠାରେ ଉଲ୍ଲେଖନୀୟ ଯେ, ପ୍ରଥମ ପର୍ଯ୍ୟାୟ ଛତିଶଗଡ ନିର୍ବାଚନ ଭୋଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଥିଲେ । ଦୁର୍ଗ ସହରରେ ଦଳ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ସେ ଏହି କେନ୍ଦ୍ରୀୟ ଯୋଜନାକୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଥିବା କହିଥିଲେ । ଏହି ଯୋଜନାକୁ କୋଭିଡ ସମୟରେ ଆରମ୍ଭ କରାଯାଇଥିଲା । ଏହାର ଅବଧି ଚଳିତ ଡିସେମ୍ବରରେ ଶେଷ ହେବାର ଥିଲା । ଏହା ପୂର୍ବରୁ ଏହାକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହାକୁ ନେଇ କଂଗ୍ରେସ ବିରୋଧ କରିଥିଲା । ଏପରି ନିଷ୍ପତ୍ତି ଫଳରେ ଦେଶର ଅଧାରୁ ଅଧିକ ଲୋକେ ମାଗଣା ରାସନ ପାଇବେ, ଯହା ଦେଶରେ ଆର୍ଥିକ ସଙ୍କଟ ସୃଷ୍ଟି କରିବା ସହ ସାମାଜିକ ଅସମାନତା ସୃଷ୍ଟି କରିବ ବୋଲି ପୂର୍ବରୁ କହିସାରିଥିବା କଂଗ୍ରେସ ଏବେ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଭାବେ ଅବିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details