ଓଡିଶା

odisha

By

Published : Aug 24, 2021, 7:25 AM IST

ETV Bharat / bharat

ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା, ଆଜି ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଆଗାମୀ କିଛି ଦିନ ମଧ୍ୟରେ ଦେଶରେ ସାମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ନେଇ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନ(NIDM) ର ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ ।

Pm Modi
Pm Modi

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ମଧ୍ୟରେ ଦେଶରେ ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ନେଇ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନ(NIDM) ର ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ । ବୈଠକ ଆଜି ଅପରାହ୍ନ ୩ ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ । ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ, ଗୃହମନ୍ତ୍ରୀ, ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ, ନୀତି ଆୟୋଗ ସଦସ୍ୟ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ହେବେ ସାମିଲ ।

ଗତକାଲି (ସୋମବାର) ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନ(NIDM)ର ଏକ ପ୍ୟାନେଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ରିପୋର୍ଟ ପ୍ରଦାନ କରିଛି । ବିଭିନ୍ନ ରିପୋର୍ଟ ଓ ଗବେଷଣାକୁ ଆଧାର କରି ରିପୋର୍ଟରେ କୁହାଯାଇଛି କି ଆସନ୍ତା ଅକ୍ଟୋବରରେ ଦେଶରେ ମହାମାରୀ ତୃତୀୟ ଲହର ତାଣ୍ଡବ ରଚିପାରେ । ଏଥିପାଇଁ ନୀତି ଆୟୋଗର ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଏନଆଇଡିଏମ ବିଶେଷଜ୍ଞ ମାନେ ଅଧିକ ଗବେଷଣା ଜାରି ରଖିଛନ୍ତି ।

ତେବେ ସମ୍ଭାବ୍ୟ ତୃତୀୟ ଲହର ପାଇଁ କଣ ପ୍ରସ୍ତୁତି ଆବଶ୍ୟକ, କିଭଳି ମୁକାବିଲା କରାଯିବ ତାହାର ପରାମର୍ଶ ଦିଆଯାଇଛି । ରିପୋର୍ଟ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ବୈଠକରେ ପ୍ରଥମତଃ ଦେଶରେ କୋଭିଡ ସ୍ଥିତି, ଟୀକାକରଣ, ଶିଶୁ ମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇ ସମୀକ୍ଷା କରିବେ । ପରେ ସାମ୍ଭାବ୍ୟ ତୃତୀୟ ଲହର ନେଇ କଣ କରାଯିବା ଆବଶ୍ୟକ ସେନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ ।

@ANI

ABOUT THE AUTHOR

...view details