ଓଡିଶା

odisha

By

Published : Dec 10, 2020, 9:44 AM IST

ETV Bharat / bharat

ଗ୍ରାମାଞ୍ଚଳରେ ମିଳିବ ୱାଇଫାଇ ସୁବିଧା; ଆରମ୍ଭ ହେବ ପିଏମ-ବାଣୀ ଯୋଜନା

ଏଣିକି ଗ୍ରାମାଞ୍ଚଳରେ ମିଳିବ ୱାଇଫାଇ ସୁବିଧା । ଆରମ୍ଭ ହେବ ପିଏମ-ବାଣୀ ଯୋଜନା । ଅଧିକ ପଢନ୍ତୁ...

ଗ୍ରାମାଞ୍ଚଳରେ ମିଳିବ ୱାଇଫାଇ ସୁବିଧା
ଗ୍ରାମାଞ୍ଚଳରେ ମିଳିବ ୱାଇଫାଇ ସୁବିଧା

ନୂଆଦିଲ୍ଲୀ: ଏଣିକି ସବୁ ଗାଁ ହେବ ୱାଇଫାଇ। ଗ୍ରାମାଞ୍ଚଳରେ ମାଗଣାରେ ମିଳିବ ଇଣ୍ଟରନେଟ୍‌ ସେବା। ୱାଇଫାଇ ମାଧ୍ୟମରେ ସମସ୍ତ ବ୍ୟବହାରକାରୀଙ୍କୁ ଦିଆଯିବ ସୁବିଧା । ଯେଉଁଥିପାଇଁ କେନ୍ଦ୍ରସରକାର ପିଏମ-ବାଣୀ(PM-WANI) ନାମରେ ଏକ ଯୋଜନା ଆରମ୍ଭ କରିବାକୁ ବୁଧବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । କ୍ୟାବିନେଟ ବୈଠକ ପରେ ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପିଏମ-ବାଣୀ ତଥା ପିଏମ୍‌ ୱାଇଫାଇ ଆସେସ ନେଟୱାର୍କ ଇଣ୍ଟରଫେସ ସ୍କିମ୍‌କୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଏହା ଦେଶରେ ୱାଇଫାଇ ସୁବିଧାକୁ ଅଧିକ ତ୍ବରନ୍ବିତ କରିବ ବୋଲି ଆଶା କରାଯାଉଛି । ଏହି ସ୍କିମ କାର୍ଯ୍ୟକାରୀ ହେଲେ ଲୋକ ଇଜି ଅଫ ଡୁଇଂ ବିଜନେସ ଓ ଇଜି ଅଫ ଲିଭିଂ ରେ ଫଳପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଜଣାଇଛନ୍ତି ।

ତେବେ ଏହି ୱାଇଫାଇ ନେଟୱାର୍କ ଅଧିନରେ ଯୋଗାଇ ଦିଆଯାଉଥିବା ବ୍ରଡବ୍ୟାଣ୍ଡର ଲାଇସେନ୍ସ ପାଇଁ କୌଣସି ଫି ନିଆଯିବ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଲୋକେ ଯେ, କେବଳ ରୋଜଗାର ପାଇବେ ତାହା ନୁହେଁ । ଏହା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ଅନେକ ଫାଇଦା ଯୋଗାଇଦେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହି ଯୋଜନା ଜରିଆରେ ଗ୍ରାମାଞ୍ଚଳରେ କୋଟିଏ ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ସୂଚନାଥାଉକି, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟବିନେଟ୍‌ ବୈଠକ ବସିଥିଲା । ଏଥିରେ ଅନେକ ଯୋଜନାରେ ମୋହର ବାଜିଛି । ଏଥିରେ ଲକ୍ଷ୍ବାଦୀପରେ ଅଣ୍ଡରଗ୍ରାଉଣ୍ଡ କେବୁଲ ପାଇଁ 1072 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଅରୁଣାଚଳ ପ୍ରଦେଶରେ 4-ଜି ସେବା ​‌ଦେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details