ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଇଦ୍ରାବାଦ ଗସ୍ତ ଭାରତ ବାୟୋଟେକ ପାଇଁ କୋରୋନା ଭାଇରସ ଟିକା କୋଭାକ୍ସିନ ତିଆରି କରିବାରେ ଏକ ଦୃଢ ପ୍ରେରଣା ହେବ ବୋଲି ତେଲୁଗୁ ଦେଶମ୍ ପାର୍ଟିର (ଟିଡିପି) ଜାତୀୟ ସଭାପତି ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି । ଏକ ବିବୃତ୍ତିରେ ଟିଡିପି ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିଶେଷଜ୍ଞ ଦଳ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବୈଜ୍ଞାନିକ ତଥା ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଜେନୋମ ଭ୍ୟାଲିରେ ଭାରତ ବାୟୋଟେକ୍ ସହିତ କୋଭିଡ-19 ଟିକା ବିକଶିତ କରିବା ତଥା ସ୍ବାସ୍ଥ୍ୟ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିବା ପାଇଁ ସ୍ବପ୍ନ ସାକାର ହୋଇଛି ବୋଲି ନାଇଡୁ କହିଛନ୍ତି । ଅନେକ ଅନ୍ତର୍ଜାତୀୟ କମ୍ପାନୀ ଗବେଷଣା ଏବଂ ବିକାଶ ଆରମ୍ଭ କରି ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ।