ନୂଆଦିଲ୍ଲୀ: ଆଜି (ରବିବାର) ଗୋଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi will visit Goa )। ସେଠାରେ ଗୋଆ ସ୍ବତନ୍ତ୍ରତା ଦିବସ ପାଇଁ ଅପରାହ୍ନ ୩ଟାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଭାରତୀୟ ସଶସ୍ତ୍ର ବାହିନୀର ଗୋଆକୁ ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ କରିଥିବା ‘ଅପରେସନ୍ ବିଜୟ’ର ସଫଳତା ପାଇଁ ପ୍ରତିବର୍ଷ ଡିସେମ୍ବର ୧୯ରେ ଗୋଆ ଲିବରେସନ ଡେ ପାଳନ (Goa Liberation Day )କରାଯାଏ । ଏହି କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀ ତଥା ‘ଅପରେସନ୍ ବିଜୟ’ର ଯୋଦ୍ଧାମାନଙ୍କୁ ସମ୍ମାନିତ କରିବେ ।
ଏହାସହିତ ଗୋଆରେ ୬୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଉଦଘାଟିତ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ପୁନଃବିକଶିତ ହୋଇଥିଲା ଆଗୁଆଡା ଦୁର୍ଗ ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ, ନୂଆ ଦକ୍ଷିଣ ଗୋଆ ଜିଲ୍ଲା ହସ୍ପିଟାଲ, ମୋପା ବିମାନବନ୍ଦରରେ ବିମାନ ଚଳାଚଳ ଦକ୍ଷତା ବିକାଶ କେନ୍ଦ୍ର ଏବଂ ମାର୍ଗୋଓର ଗ୍ୟାସ ଇନସୁଲେଟେଡ୍ ସବ ଷ୍ଟେସନ ସମେତ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ମୋଦି । ଏହାବାଦ୍ ଗୋଆରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟି ଅଫ୍ ଲିଗାଲ୍ ଏଜୁକେସନ୍ ଏବଂ ରିସର୍ଚ୍ଚର ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଦେଶରେ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମେଡିକାଲ ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ସାରା ଦେଶରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ୩୮୦ କୋଟି ବ୍ୟୟରେ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସୁପର ସ୍ପେସିଆଲିଟି ବ୍ଲକକୁ ନିର୍ମାଣ କରାଯାଇଛି । ଏହି ହସ୍ପିଟାଲ ଆଞ୍ଜିଓପ୍ଲାଷ୍ଟି, ବାଇପାସ୍ ସର୍ଜରୀ, ଲିଭର ଟ୍ରାନ୍ସପ୍ଲାଣ୍ଟ, କିଡନୀ ଟ୍ରାନ୍ସପ୍ଲାଣ୍ଟ, ଡାୟଲିସିସ୍ ଇତ୍ୟାଦି ରୋଗ ପାଇଁ ବିଶେଷ ସେବା ଯୋଗାଇବ । ପାଖାପାଖି 2020 କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ସାଉଥ ଗୋଆ ଜିଲ୍ଲା ହସ୍ପିଟାଲରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ସହିତ 33ଟି ବିଶେଷ OPD ସେବା, ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ୍ ଏବଂ ଲାବୋରେଟୋରୀ ସୁବିଧା ଏବଂ ଫିଜିଓଥେରାପି ଏବଂ ଅଡିଓମେଟ୍ରି ଭଳି ସେବା ରହିଛି ।