ଓଡିଶା

odisha

ଆଜି RBIର ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିବେ ମୋଦି

By

Published : Nov 11, 2021, 2:10 PM IST

Updated : Nov 12, 2021, 6:31 AM IST

ଆଜି (ଶୁକ୍ରବାର) ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିବ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ କରିବେ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:ଆଜି(ଶୁକ୍ରବାର) ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିବ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ କରିବେ । ଏହା ସମୂହତା ଦିଗରେ ଏକ ନୂତନ ପଦକ୍ଷେପ ହେବ ।

ଶୁଭାରମ୍ଭ ହେବାକୁ ଥିବା ଦୁଇଟି ଯୋଜନା ହେଲା ଆରବିଆଇ ରିଟେଲ ଡାଇରେକ୍ଟ ଯୋଜନା ଓ ସମନ୍ବିତ ଲୋକପାଳ ଯୋଜନା । ଖୁଚୁରା ନିବେଶକାରୀଙ୍କ ପାଇଁ ସରକାରୀ ପ୍ରତିଭୂମିରେ ନିବେଶ କରିବାର ଏହା ନୂଆ ସୁଯୋଗ । ଖୁଚୁରା ନିବେଶକାରୀ ସହଜରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ନିଜର ସରକାରୀ ପ୍ରତିଭୂମି ଖାତା ଅନଲାଇନରେ ନିଃଶୁକ୍ଳ ଖୋଲି ପାରିବେ ଏବଂ ପରିଚାଳନା କରିବେ ।

ସେହିପରି ଏକ ରାଷ୍ଟ୍ର ଏକ ଲୋକପାଳ- ଏକ ପୋର୍ଟାଲ, ଏକ ଇମେଲ ଏବଂ ଏକ ଠିକଣା ସମନ୍ବିତ ଲୋକପାଳ ଯୋଜନା । ଗ୍ରାହକମାନେ ଏଥିରେ ଅଭିଯୋଗ ଦାଖଲ କରିବା, ଦସ୍ତାବିଜ ଜମା କରିବା, ଷ୍ଟାଟସ ଟ୍ରାକ କରିବା ଏବଂ ଫିଡବ୍ୟାକ ଦେବା ପାଇଁ ଏକକ ପ୍ରକ୍ରିୟାକରଣ କେନ୍ଦ୍ର । ଆରବିଆଇ ଦ୍ବାରା ନିୟନ୍ତ୍ରିତ ସଂସ୍ଥାଗୁଡିକ ବିରୁଦ୍ଧରେ ଅଭିଯୋଗ ପାଇଁ ଏହି ଯୋଜନା । ଏଥିରେ ଅଭିଯୋଗ ଦାଖଲ କରିବା ଓ ସମାଧାନ ପାଇଁ ବହୂଭାଷୀ ଟୋଲ ଫ୍ରୀ ନମ୍ବର ଜାରି ହୋଇଛି । ଏହି ଯୋଜନାର ଶୁଭାରମ୍ଭ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ରହିବେ ।

@PTI

Last Updated : Nov 12, 2021, 6:31 AM IST

ABOUT THE AUTHOR

...view details