ଓଡିଶା

odisha

ETV Bharat / bharat

ଆସନ୍ତାକାଲି ୪୪ତମ ଚେସ ଅଲମ୍ପିଆଡ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ଆସନ୍ତାକାଲି ୪୪ ତମ ଚେସ ଅଲିମ୍ପିଆଡ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଜୁନ ୧୯) ସନ୍ଧ୍ୟା ୫ଟାରେ ଇନ୍ଦିରା ଗାନ୍ଧି ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ୪୪ତମ ଚେସ ଅଲମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

By

Published : Jun 18, 2022, 10:56 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଜୁନ ୧୯) ସନ୍ଧ୍ୟା ୫ଟାରେ ଇନ୍ଦିରା ଗାନ୍ଧି ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ୪୪ତମ ଚେସ ଅଲମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ । ଏହି ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେବେ ।

ଆନ୍ତର୍ଜାତିକ ଚେସ ସଙ୍ଘ, ଫିଡେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଲମ୍ପିକ ପରମ୍ପରାର ଅଂଶ ଭାବେ ଚେସ ଅଲମ୍ପିଆଡ ମଶାଲ ଦୌଡ ଆରମ୍ଭ କରିଛନ୍ତି । ପ୍ରଥମ ଦେଶ ଭାବରେ ଭାରତ ଚେସ ଅଲମ୍ପିଆଡ ମଶାଲ ଦୌଡ ଆୟୋଜନ କରୁଛି ।

ସୂଚନାଯୋଗ୍ୟଯେ ଭାରତର ଚେସ ପରମ୍ପରାକୁ ଆଗେଇ ନେବା ପାଇଁ ଚେସ ଅଲମ୍ପିଆଡ ମଶାଲ ଦୌଡ ସଦାବେଳେ ଭାରତରୁ ହିଁ ଆରମ୍ଭ ହେବ ଓ ବିଭିନ୍ନ ମହାଦେଶ ଭ୍ରମଣ କରି ଆୟୋଜକ ଦେଶରେ ପହଞ୍ଚିବ ।

ଫିଡେ ସଭାପତି ଆରକଡି ଦ୍ରୋକୋଭିଚ ପ୍ରଧାନମନ୍ତ୍ରୀଙ୍କୁ ମଶାଲ ହସ୍ତାନ୍ତର କଲାପରେ ସେ ଏହି ମଶାଲ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ହସ୍ତାନ୍ତର କରିବେ । ଚେନ୍ନାଇ ନିକଟସ୍ଥ ମହାବଳୀପୁରମ ଠାରେ ଏହି ଦୌଡର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ଏହି ମଶାଲ ୪୦ ଦିନରେ ୭୫ ସହର ଅତିକ୍ରମ କରିବ । ପ୍ରତ୍ୟେକ ସ୍ଥାନରେ ସେହି ରାଜ୍ୟର ଚେସ ଗ୍ରାଣ୍ଡମାଷ୍ଟର ମଶାଲକୁ ସ୍ୱାଗତ କରିବେ ।

୪୪ ତମ ଚେସ ଅଲମ୍ପିଆଡ ଜୁଲାଇ ୨୮ ରୁ ଅଗଷ୍ଟ ୧୦, ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇ ଠାରେ ଆୟୋଜିତ ହେବ । ୧୯୨୭ ରୁ ଆୟୋଜିତ ହେଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଓ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି । ୧୮୯ ଦେଶର ଭାଗିଦାରୀ ସହ ଏହା ସବୁଠାରୁ ବଡ ଚେସ ଅଲମ୍ପିଆଡ ହେବାକୁ ଯାଉଛି ।

For All Latest Updates

TAGGED:

ABOUT THE AUTHOR

...view details