ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଉତ୍ତର ପ୍ରଦେଶର ହିତାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବେ ପିଏମ । ଅଗଷ୍ଟ ୫ ତାରିଖକୁ ରାଜ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦିବସ ଭାବେ ପାଳନ କରିବ । ଏହି ଯୋଜନାରୁ ଯେପରି କୌଣସି ହିତାଧିକାରୀ ବଞ୍ଚିତ ନ ହୁଅନ୍ତି । ସେନେଇ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ ।
PMGKAY ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଯୋଗେ ହେବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...
PMGKAY ହିତାଧିକାରୀଙ୍କ ସହ କଥା ହେବେ PM
ତେବେ, ଏହି ଯୋଜନାରେ ଅଧିନରେ ୧୫କୋଟି ହିତାଧିକାରୀ ମାଗଣା ରାସନ ପାଉଛନ୍ତି । ଏହାସହ ଏହି ଯୋଜନାରେ ମାଧ୍ଯମରେ ରାଜ୍ୟରେ ପ୍ରାୟ ୮୦ ହଜାର ଦୋକାନ ଯୋଗେ ଉଚିତ ମୂଲ୍ୟରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଅପରାହ୍ନ ୧ଟା ସମୟରେ ଭିଡିଓ କନଫରେସିଂ ମାଧ୍ୟମରେ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଉପସ୍ଥିତ ରହିବେ ।
@ANI