ଓଡିଶା

odisha

ETV Bharat / bharat

ଆଜି ଉଦଘାଟନ ହେବ ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ କାର୍ଯ୍ୟାଳୟ - କସ୍ତୁରବା ଗାନ୍ଧୀ

ଆଜି (ଗୁରୁବାର) ଠାରୁ ବଦଳିଯିବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ (Defence Ministry)ର ଠିକଣା । ବର୍ତ୍ତମାନର କାର୍ଯ୍ୟାଳୟ ହୋଇଯିବ ଇତିହାସ । ଅଧିକ ପଢନ୍ତୁ...

Defence Ministry
Defence Ministry

By

Published : Sep 15, 2021, 2:18 PM IST

Updated : Sep 16, 2021, 7:59 AM IST

ନୂଆଦିଲ୍ଲୀ: ଆଜି (ଗୁରୁବାର) ଠାରୁ ବଦଳି ଯିବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ (Defence Ministry)ର ଠିକଣା । ବର୍ତ୍ତମାନର କାର୍ଯ୍ୟାଳୟ ହୋଇଯିବ ଇତିହାସ । ଗୁରୁବାର ଠାରୁ ବିଦ୍ଧିବଧ ଭାବେ ଆଫ୍ରିକା ଏଭିନ୍ୟୁ ଓ କସ୍ତୁରବା ଗାନ୍ଧୀ ମାର୍ଗରେ ନିର୍ମିତ ୨ ଟି ନୂଆ ଅତ୍ୟାଧୁନିକ କୋଠାକୁ ହେବ ସ୍ଥାନାନ୍ତରଣ । ଏହି ଅତ୍ୟାଧୁନିକ କାର୍ଯ୍ୟାଳୟକୁ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦଘାଟନ । ଦେଶ ସ୍ବାଧିନତା ପରଠାରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟ ସାଉଥ ବ୍ଲକ ସଂଲଗ୍ନ ଡଲହୋଜୀ ରୋଡରେ ଥିବା କାର୍ଯ୍ୟାଳୟରେ ଚାଲୁଥିଲା । ତେବେ ଏହି ପୁରୁଣା କାର୍ଯ୍ୟାଳୟ ଖାଲି ହେଲେ ସେଣ୍ଟ୍ରାଲ ଭିଷ୍ଟା ଅଧିନକୁ ଆଣି, ଏହାର ବିକଶିତ କରାଯିବ । ପରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସ ଓ କାର୍ଯ୍ୟାଳୟରେ ରୂପାନ୍ତରିତ କରାଯିବ ।

ସମ୍ବାଦ ସରାବରହ ସଂସ୍ଥା (ଏଏନଆଇ) ର ରିପୋର୍ଟ ଅନୁସାରେ ଆଜି ( ଗୁରୁବାର) ପ୍ରଧାନମନ୍ତ୍ରୀ ମୋଦି ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ମୁଖ୍ୟାଳୟକୁ ଉଦଘାଟନ କରିବେ । ପରେ ମନ୍ତ୍ରଣାଳୟର ସମସ୍ତ ୭ ହଜାର କର୍ମଚାରୀଙ୍କୁ ନୂଆ କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ କରାଯିବ ।

ସେଣ୍ଟ୍ରାଲ ଭିଷ୍ଟାକୁ ମିଳିବ ଅଧିକ ଜମି...

ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଥିବା ସ୍ଥାନ ଖାଲି ହେଲେ, ଏଠାରେ ଥିବା ୫୦ ଏକର ଜମି ପୁରା ଖାଲି ହୋଇଯିବ । ତେବେ ଏଥିରୁ ୯.୨ ଲକ୍ଷ ବର୍ଗଫୁଟ ଜମି ତଥା ୧୩ ଏକର ଜମିରେ ନିର୍ମିତ ୨ ଟି ବଡବଡ କୋଠାକୁ ନିଜ ନିୟନ୍ତ୍ରଣରେ ରଖିବ ପ୍ରତିରକ୍ଷା ମନ୍ତ୍ରଣାଳୟ। ଅବଶିଷ୍ଟ ଜମିକୁ ସେଣ୍ଟ୍ରାଲ ଭିଷ୍ଟାକୁ ପ୍ରଦାନ କରାଯିବ। ସେଣ୍ଟ୍ରାଲ ଭିଷ୍ଟା ଏହି ଜମିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ପାଇଁ ବିକଶିତ କରିବ । ତେବେ ନୂଆ ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ମିତ ହୋଇଥିବା ଆଫ୍ରିକା ଏଭିନ୍ୟୁରେ ନିର୍ମାଣ ହୋଇଥିବା କୋଠା ୪ ଟି ବ୍ଲକରେ ବିଭକ୍ତ ହୋଇଛି। ଯାହା ୫.୦୮ ଲକ୍ଷ ବର୍ଗଫୁଟ ଜମିରେ ଅଛି। ସେହିପରି କସ୍ତୁରବା ଗାନ୍ଧୀ ମାର୍ଗରେ ନିର୍ମିତ ପ୍ରତିରକ୍ଷା ମନ୍ତ୍ରଣାଳୟର ଦ୍ବିତୀୟ ଭାଗ ୩ ଟି ବ୍ଲକରେ ନିର୍ମିତ ହୋଇଛି । ଯାହା ୪.୫୨ ଲକ୍ଷ ବର୍ଗଫୁଟ ଜମିରେ ରହିଛି ।

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ କାର୍ଯ୍ୟାଳୟକୁ ନେଇ ସହର ବିକାଶ ମନ୍ତ୍ରଣାଳୟ କହିଛି ନୂଆ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୭୭୫ କୋଟି ଟଙ୍କା ଅନୁଦାନ ଦେଇଛି । ଉଭୟ କାର୍ଯ୍ୟାଳୟରେ ଏକାଥରକେ ୧୫ ଶହ କାର ପାର୍କିଂ ହୋଇପାରିବ । ଏହାସହ ଉଭୟ କାର୍ଯ୍ୟାଳୟରେ ମନ୍ତ୍ରଣାଳୟର ୭ ହଜାର କର୍ମଚାରୀ ଏକା ସମୟରେ କାମ କରିବା ପାଇଁ ବ୍ୟବସ୍ଥା ରହିଛି । ଏହାବାଦ ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଆଫ୍ରିକା ଏଭିନ୍ୟୁ କାର୍ଯ୍ୟାଳୟ କେବଳ ମନ୍ତ୍ରଣାଳୟ ପାଇଁ ବ୍ୟବହାର ହେବ । କିନ୍ତୁ କସ୍ତୁରବା ଗାନ୍ଧୀ ମାର୍ଗରେ ନିର୍ମିତ ମନ୍ତ୍ରଣାଳୟର ଦ୍ବିତୀୟ ଭାଗର କିଛି ଅଂଶ ପରିବହନ ଭବନ ଓ ଶ୍ରମ ଭବନ ଅସ୍ଥାୟୀ ଭାବେ ବ୍ୟବହାର କରିବେ । ପରେ ୨୦୨୪ ସୁଦ୍ଧା କେନ୍ଦ୍ରୀୟ ସଚିବାଳୟରେ ଉଭୟ ଭବନର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହୋଇଗଲେ ସ୍ଥାନାନ୍ତର ହୋଇଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2021, 7:59 AM IST

ABOUT THE AUTHOR

...view details