ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନରେ ଭାରତର ପ୍ରଥମ ଚାଳକ ବିହୀନ ଟ୍ରେନ୍ ଚଳାଚଳର ଉଦଘାଟନ କରିବେ। ଏହାସହ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ (ଏନସିଏମସି) ସେବାକୁ ଆଜି (ସୋମବାର)ସକାଳ 11 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବେ ।
ଏହି ଟ୍ରେନ ସେବା ଜାତୀୟ ରାଜଧାନୀ ଅଞ୍ଚଳ ବାସୀଙ୍କ ପାଇଁ ସୁବିଧାଜନକ ପରିବହନ ଏବଂ ଅନୁକୂଳ ଯାତାୟାତର ଏକ ନୂତନ ଯୁଗର ଆରମ୍ଭ ହେବ । ଏହି ସେବା ଆଗାମୀ ପିଢି ପାଇଁ ବ୍ୟବସାୟ ଆରମ୍ଭର ଏକ ପ୍ରମୁଖ ସଫଳତା ହେବା ସହ ଉଦଘାଟନର ପରଦିନଠାରୁ ଏହି ସେବା ଆରମ୍ଭ ହେବ ବୋଲି ଦିଲ୍ଲୀ ମେଟ୍ରୋର ଜମେ ବରିଷ୍ଠ ନାଗରିକ କହିଛନ୍ତି ।
37କିଲୋମିଟର ଲମ୍ବ ମ୍ୟାଜେଣ୍ଟା ଲାଇନରେ ଡ୍ରାଇଭର ବିହୀନ ସେବା ଆରମ୍ଭ ପରେ 2021ମଧ୍ୟ ଭାଗକୁ 57କିଲୋମିଟର ବିଶିଷ୍ଟ ମଜଲିସ୍ ପାର୍କ - ଶିବ ବିହାରରୁ ଅନ୍ୟ ଏକ ସେବା ଆରମ୍ଭ ହେବ । ଏହା ପରେ, ଦିଲ୍ଲୀ ମେଟ୍ରୋରେ ଡ୍ରାଇଭର ବିହୀନ ନେଟୱାର୍କର ଲମ୍ବ ପ୍ରାୟ 94 କିଲୋମିଟର ହେବ, ଯାହା ବିଶ୍ବର ମୋଟ ଡ୍ରାଇଭ ବିହୀନ ମେଟ୍ରୋ ନେଟୱାର୍କର ପ୍ରାୟ ନଅ ପ୍ରତିଶତ ହେବ ।