ଓଡିଶା

odisha

ETV Bharat / bharat

PM visit MP: ଆଜି ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ମଧ୍ୟପ୍ରଦେଶ ଗସ୍ତରେ ଯିବେ ନରେନ୍ଦ୍ର ମୋଦି।

ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ ନରେନ୍ଦ୍ର ମୋଦି। ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ। ଅଧିକ ପଢନ୍ତୁ

PM to inaugurate Delhi Vadodara Expressway
PM to inaugurate Delhi Vadodara Expressway

By ETV Bharat Odisha Team

Published : Oct 2, 2023, 8:14 AM IST

Updated : Oct 2, 2023, 3:11 PM IST

ନୂଆଦିଲ୍ଲୀ:ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଘନଘନ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇ ଗ୍ୱାଲିୟରରେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେ ସମେତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି। ସେ ଏହି ଗସ୍ତ ସମୟରେ 11,895 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେକୁ ଉଦଘାଟନ କରିବେ । ଏଥିସହ 1,880 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁଥିବା 5ଟି ସଡକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

ଏହା ମଧ୍ୟ ପଢନ୍ତୁ-ମଧ୍ୟପ୍ରଦେଶକୁ 50,700 କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ, INDIA ମେଣ୍ଟ ଉପରେ ବର୍ଷିଲେ

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ନିର୍ମିତ 2.2 ଲକ୍ଷରୁ ଅଧିକ ଘରର 'ଗୃହ ପ୍ରବେଶ' ସମାରୋହରେ ସାମିଲ ହେବେ। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 140 କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୃହର ଉଦଘାଟନ କରିବେ। ଏହାପରେ ଗ୍ୱାଲିୟର ଏବଂ ଶୋପୁର ଜିଲ୍ଲାର ଜଳ ଜୀବନ ମିଶନ ଅଧିନରେ 1,530 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ହେବା ପରେ ସ୍ଥାନୀୟ ଅଞ୍ଚଳର 720ରୁ ଅଧିକ ଗାଁର ଲୋକେ ଉପକୃତ ହେବେ । ପରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ 9ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଗତ ଦୁଇମାସ ମଧ୍ୟରେ ଚତୁର୍ଥ ଥର ପାଇଁ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ ମୋଦି ।

ଏହାପୂର୍ବରୁ ସେପ୍ଟେମ୍ବର 14 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତ କରିଥିଲେ । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟବାସୀଙ୍କୁ ବିନା ରିଫାଇନାରୀରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସମେତ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଭୋପାଳରେ ପହଞ୍ଚିବା ପରେ ଏକେ ମେଗା ରୋଡ୍‌ ଶୋ କରି ବିନାରେ ପହଞ୍ଚିଥିଲେ ।

Last Updated : Oct 2, 2023, 3:11 PM IST

ABOUT THE AUTHOR

...view details