ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଲିଆନାୱାଲାବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ଆଜି (ଶନିବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ଉତ୍ସର୍ଗ କରିବେ । ଏହାସହ ସ୍ମାରକୀରେ ବିକଶିତ ସଂଗ୍ରହାଳୟ ଗ୍ୟାଲେରୀର ମଧ୍ୟ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କଂପ୍ଲେକ୍ସର ନବୀକରଣ ପାଇଁ ସରକାର ନେଇଥିବା ଏକାଧିକ ବିକାଶମୂଳକ ପଦକ୍ଷେପ ମଧ୍ୟ ପ୍ରଦର୍ଶିତ ହେବ ।
ଅନାବଶ୍ୟକ ଏବଂ ଅବ୍ୟବହୃତ ଅଟ୍ଟାଳିକାର ଆବଶ୍ୟକତା ଅନୁଯାୟୀ ପୁନଃ ବ୍ୟବହାର ମାଧ୍ୟମରେ ଚାରୋଟି ସଂଗ୍ରହାଳୟ ଗ୍ୟାଲେରୀ ନିର୍ମାଣ କରାଯାଇଛି । ଗ୍ୟାଲେରୀ ଗୁଡିକ ସେହି ସମୟ ମଧ୍ୟରେ ପଞ୍ଜାବରେ ଘଟିଥିବା ଘଟଣା ଗୁଡିକର ଐତିହାସିକ ମୂଲ୍ୟ ପ୍ରଦର୍ଶନ କରୁଛି ଯେଉଁଥିରେ ଅଡିଓ-ଭିଜୁଆଲ ଜ୍ଞାନକୌଶଳ, ପ୍ରୋଜେକସନ ମ୍ୟାପିଂ ଏବଂ ୩ଡି ପ୍ରତିନିଧିତ୍ବ ସହିତ କଳା ଏବଂ ମୂର୍ତ୍ତି ସ୍ଥାପନର ମିଶ୍ରଣ ହୋଇଛି । ୧୩ ଏପ୍ରିଲ, ୧୯୧୯ ରେ ଘଟିଥିବା ଘଟଣା ଗୁଡିକୁ ପ୍ରଦର୍ଶନ କରିବା ପାଇଁ ଶବ୍ଦ ଏବଂ ଆଲୋକ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଛି ।
ସେହିପରି କମ୍ପଲେକ୍ସରେ ଏକାଧିକ ବିକାଶମୂଳକ ପଦକ୍ଷେପ ନିଆଯାଇଛି । ପଞ୍ଜାବର ସ୍ଥାନୀୟ ସ୍ଥାପତ୍ୟ ଶୈଳୀ ସହିତ ଅନୁରୂପ ଭାବେ ବିସ୍ତୃତ ଐତିହ୍ୟ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି । ଶାହିଡି କୂଅର ମରାମତି ଏବଂ ନିର୍ମାଣ ସହିତ ପୁନଃ ସ୍ଥାପିତ ହୋଇଛି । ବାଗର ହୃଦୟ, ଅଗ୍ନି ସ୍ମାରକୀ, ମରାମତି ଏବଂ ପୁନଃରାୟ ସ୍ଥାପିତ ହୋଇଛି, ଜଳାଶୟକୁ ଏକ ପଦ୍ମ ପୋଖରୀ ରୂପେ ପୁର୍ନଜୀବିତ କରାଯାଇଛି ଏବଂ ଉତ୍ତମ ନୌଚାଳନା ପାଇଁ ପଥ ଗୁଡିକ ବିସ୍ତୃତ ହୋଇଛି ।