ନୂଆଦିଲ୍ଲୀ: ଚୀନର ଦାଦାଗିରି ନେଇ ପିଏମ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ । ଗତକାଲି ଭାରତ ସୀମାରେ ଅନୁପ୍ରବେଶ କରି ଚୀନ ସୈନ୍ୟ ଜଣେ ଭାରତୀୟ ନାବାଳକଙ୍କୁ ଅପହରଣ କରି ନେଇଛନ୍ତି । ଏହାକୁ ନେଇ ମୋଦିଙ୍କୁ କଟାକ୍ଷ କରିବାରୁ ମଉକା ପାଇଛନ୍ତି ରାହୁଲ । ଟ୍ବିଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଭାରତର ଭବିଷ୍ୟତକୁ ଅପରହଣ ଘଟଣାରେ କାହିଁକ ଚୁପ ବସିଛନ୍ତି ପିଏମ । ପ୍ରଧାନମନ୍ତ୍ରୀଙ୍କ ଚୁପ ରହିବା ସ୍ପଷ୍ଟ କରିଛି ଯେ ତାଙ୍କୁ କିଛି ଫରକ ପଡିନାହୁଁ ।
ସେ ଆହୁରି କହିଛନ୍ତି ଗଣତନ୍ତ୍ର ଦିବସକୁ ଦିନ କେଇଟା ବାକି ଥିବାବେଳେ ଭାରତର ଜଣେ ଭବିଷ୍ୟତକୁ ଚୀନ ଅପହରଣ କରି ନେଇଛି । ଆମେ ମିରାମଙ୍କ ପରିବାର ସହିତ ଅଛୁ । ଆମେ ଆଶା ଛାଡିବୁ ନାହିଁ । ହାର ମାନିବୁ ନାହିଁ ବୋଲି ଟ୍ବିଟ କରି କହିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀଙ୍କ ନୀରବତା ହେଉଛି ତାଙ୍କର ବିବୃତ୍ତି ଯେ ସେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ ବୋଲି ରାହୁଲ କହିଛନ୍ତି ।