ଓଡିଶା

odisha

ETV Bharat / bharat

Meaningful India-Pak Engagement: ପ୍ରଧାନମନ୍ତ୍ରୀଙ୍କୁ ପାକ୍‌ ପ୍ରଧାନମନ୍ତ୍ରୀ ସରିଫ୍‌ଙ୍କ ଚିଠି - ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ଙ୍କ ଚିଠି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । ପ୍ରଧାନମନ୍ତ୍ରୀ ମୋଦି ସରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ହେବା ପରେ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ଗଢିବା ପାଇଁ କହିଛନ୍ତି । ଅଧିକ ପଢନ୍ତୁ

India-Pakistan engagement: ପ୍ରଧାନମନ୍ତ୍ରୀଙ୍କୁ ଚିଠି ପଠାଇଲେ ସରିଫ୍‌
India-Pakistan engagement: ପ୍ରଧାନମନ୍ତ୍ରୀଙ୍କୁ ଚିଠି ପଠାଇଲେ ସରିଫ୍‌

By

Published : Apr 17, 2022, 9:07 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । ଭାରତ ସହ ପାକିସ୍ତାନ ସୁସମ୍ପର୍କ ଚାହୁଁଛି ବୋଲି ମୋଦିଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ସରିଫ୍‌ । ଏପ୍ରିଲ ୧୧ ତାରିଖରେ ସରିଫ୍‌ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଥିଲେ । ଏଥିସହ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ଗଢିବା ପାଇଁ କହିଥିଲେ । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଝବୁତ କରିବା ସହ ଲୋକଙ୍କ ବିକାଶଧାରକୁ ତ୍ବରାନ୍ବିତ କରିବା ଦିଗରେ କାର୍ଯ୍ଯ କରିବା ପାଇଁ କହିଥିଲେ । ପାକିସ୍ତାନ ସହ ଭାରତ ଗଠନମୂଳକ ସମ୍ପର୍କ ଚାହୁଁଛି କହିବା ସହ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳପାକୁ ବନ୍ଦ କରିବାକୁ ପରୋକ୍ଷରେ ଚେତାବନୀ ଦେଇଥିଲେ ।

ଅପରପକ୍ଷରେ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ହେଲେ ଯାଇ ସାଧାରଣ ଲୋକଙ୍କ ବିକାଶ ସମ୍ଭବ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ ଜରିଆରେ କହିଥିଲେ । ଏହାର ପ୍ରତି ଉତ୍ତରରେ ସରିଫ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ପାକିସ୍ତାନ ଭାରତ ସହ ଶାନ୍ତି ଚାହୁଁଛି ବୋଲି କହିଥିଲେ । ଏଥିସହ ଭାରତ ସହିତ ସହଯୋଗୀ ସମ୍ପର୍କକୁ ମଜବୁତ କରିବା ଲାଗି କହିଥିଲେ ।

ସେହିପରି ଜମ୍ମୁ ଏବଂ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥିବା ସେ କହିଥିଲେ । ଏଥିସହ ଜମ୍ମୁ ଏବଂ କାଶ୍ମୀର ସମେତ ଅନ୍ୟ ସ୍ଥାନରେ ଥିବା ବିବାଦକୁ ନେଇ ଶାନ୍ତିପୂର୍ଣ୍ଣ ଆଲୋଚନାରେ ସମାଧାନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ସରିଫ୍‌ କହିଛନ୍ତି । ତେବେ ଏହି ସବୁ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ଆଳରେ ଏହି ସବୁ ବିଷୟରେ ଜଣାଇଥିଲେ ।

ସେହିଭଳି ଆତଙ୍କବାଦ ମୁକାବିଲା ପାଇଁ ପାକିସ୍ତାନର ତ୍ୟାଗ ଜଣାଶୁଣା ବୋଲି ଟୁଇଟ କରି ଏହା କହିଛନ୍ତି ସରିଫ୍‌ । ଏଥିସହ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଆମ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଧ୍ୟାନ ଦେବା ପାଇଁ କହିବା ସହ ମୋଦିଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତର ଦେବାବେଳେ ସରିଫ୍‌ ଟୁଇଟ୍‌ରେ ଉଲ୍ଲେଖ କରିଥିଲେ ।

ସେପଟେ ପାକିସ୍ତାନ ସହ ଭାରତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଇଚ୍ଛା କରୁଥିବା ବେଳେ ଇସଲାମାବାଦ ଏହା କଲେ ଆତଙ୍କବାଦ ତଥା ଶତ୍ରୁତା ମୁକ୍ତ ପରିବେଶ ସୃଷ୍ଟି ହେବ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଏପଟେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବରେ ଫେବୃଆରୀ ୨୦୧୯ରେ ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ତାଲିମ ଶିବିରକୁ ଧ୍ବଂସ କରିଥିଲେ ଭାରତୀୟ ସୈନ୍ୟ । ଏହି ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଉଗ୍ର ରୂପ ନେଇଥିଲା ।

ସେହିଭଳି ଅଗଷ୍ଟ ୨୦୧୯ରେ ଭାରତ ଜମ୍ମୁ ଏବଂ କାଶ୍ମୀରରୁ ସ୍ବତନ୍ତ୍ର କ୍ଷମତା ପ୍ରତ୍ୟାହାର କରିବା ସହ ରାଜ୍ୟକୁ ବିଭାଜନ କରି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଘୋଷଣା କରିବା ପରେ ସମ୍ପର୍କ ଆହୁରି ଖରାପ ହୋଇଥିଲା ।

ଅନ୍ୟପଟେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଅପ୍ରେଲ ୭ ତାରିଖରେ ସଂସଦରେ କହିଛନ୍ତି ଯେ, ସରକାରଙ୍କ ଆଭିମୁଖ୍ୟ ସ୍ଥିର ବୋଲି ସେ କହିଥିଲେ । ଭାରତ ପାକିସ୍ଥାନ ସହ ସାଧାରଣ ପଡୋଶୀ ଭଳି ସମ୍ପର୍କ ଚାହୁଁଛି ବୋଲି ସେ କହିଥିଲେ । ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ଦ୍ୱିପାକ୍ଷିକ ତଥା ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତିବଦ୍ଧ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଏକ ପ୍ରଶ୍ନର ଉତ୍ତର ଦେବାବେଳେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details