ଓଡିଶା

odisha

ETV Bharat / bharat

PM Security Breach: ଚନ୍ନିଙ୍କୁ ସୋନିଆଙ୍କ ପରାମର୍ଶ, ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା - ଚନ୍ନିଙ୍କୁ ପରାମର୍ଶ ଦେଲେ ସୋନିଆ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଥିବା ବେଳେ ପଞ୍ଜାବର ଚନ୍ନି ସରକାରଙ୍କ ଉପରେ ମଧ୍ୟ ଚାପ ବଢୁଛି । ତେବେ କଂଗ୍ରେସ ହାଇକମାଣ୍ଡ ମଧ୍ୟ ଚନ୍ନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ଦେଇଛନ୍ତି ପରାମର୍ଶ । ଅଧିକ ପଢନ୍ତୁ

PM Security Breach: ଚନ୍ନିଙ୍କୁ ସୋନିଆଙ୍କ ପରାମର୍ଶ, ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରାଥମିକତା
PM Security Breach: ଚନ୍ନିଙ୍କୁ ସୋନିଆଙ୍କ ପରାମର୍ଶ, ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରାଥମିକତା

By

Published : Jan 6, 2022, 8:54 PM IST

ନୂଆଦିଲ୍ଲୀ: ଗତକାଲି (ବୁଧବାର) ପଞ୍ଜାବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ବଡ ତ୍ରୁଟି ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ପଞ୍ଜାବର କ୍ଷମତାସୀନ କଂଗ୍ରେସ ସରକାର ଉପରେ ଚାପ ମଧ୍ୟ ବଢିବାରେ ଲାଗିଛି । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପରାମର୍ଶ ଦେଇଛନ୍ତି । ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ଏବଂ ଏଥିପାଇଁ ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି କହିଛନ୍ତି । ହାଇକମାଣ୍ଡଙ୍କ ଏପରି ପରାମର୍ଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ପ୍ରତନିଧି କଂଗ୍ରେସ ହାଇକମାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଆପଣଙ୍କ ସହ କଥା ହୋଇଛନ୍ତି କି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ପ୍ରଶ୍ନ କରିଥିଲେ । ଚନ୍ନି ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ତାଙ୍କ ସହ କଥା ହେବା ସହ ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ଓ ତାଙ୍କର ସୁରକ୍ଷା ପ୍ରାଥମିକତା ମିଳିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି । ସମସ୍ତେ ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ । ଯଦି ଦାୟିତ୍ବରେ ଥିବା କୌଣସି ଅଧିକାରୀ ଏହି ଅବହେଳା ପାଇଁ ଦାୟି ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସୋନିଆ କହିଥିବା ପ୍ରକାଶ କରିଥିଲେ ଚନ୍ନି ।

ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟ ଅଟକି ରହିବା ଓ ପରେ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହେବାରେ ଲାଗିଛି । ତେବେ ଏହାକୁ ବିଜେପି ନେତାମାନେ ପଞ୍ଜାବର କଂଗ୍ରେସ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ସବିଶେଷ ତଥ୍ୟ ମାଗିବା ସହ ମାମଲା ସୁପ୍ରିମ କୋର୍ଟରେ ମଧ୍ୟ ପହଞ୍ଚିଛି । ଆସନ୍ତାକାଲି ସର୍ବୋଚ୍ଚ କୋର୍ଟ ଏହି ମାମଲାର ଶୁଣାଣି କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details