ଓଡିଶା

odisha

ETV Bharat / bharat

PM Security Breach: ପ୍ରଧାନମନ୍ତ୍ରୀଙ୍କ ପାଇଁ ହୋଇଥିଲା ଆମ୍ବୁସର ଷଡଯନ୍ତ୍ର - କିରଣ ବେଦୀଙ୍କ ଅଭିଯୋଗ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ବର୍ଷିଲେ ପୂର୍ବତନ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ । କହିଲେ ହୋଇଥିଲା ଆମ୍ବୁସର ଷଡଯନ୍ତ୍ର । ଅଧିକ ପଢନ୍ତୁ

PM Security Breach
PM Security Breach

By

Published : Jan 8, 2022, 4:37 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପୁଡୁଚେରୀ ପୂର୍ବତନ ଉପ ରାଜ୍ୟପାଳ କିରଣ ବେଦୀ । କିରଣ ଏଥିପାଇଁ ପଞ୍ଜାବ ପୋଲିସକୁ ନିନ୍ଦା କରିବା ସହ ଏବଂ ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ମଧ୍ୟ କହିଛନ୍ତି । କିରଣ କହିଛନ୍ତି ଏହି ଷଡଯନ୍ତ୍ର ପ୍ରଧାନମନ୍ତ୍ରୀଙ୍କ ସୁୁରକ୍ଷା ପାଇଁ ଆମ୍ବୁସ ଷଡଯନ୍ତ୍ର ପରି ଯୋଜନା କରାଯାଇଥିଲା । ଯାହା ସ୍ଥାନୀୟ ପ୍ରଶାସନ ଓ ପୋଲିସ ଜ୍ଞାତସାରରେ ହୋଇଥିବା ମଧ୍ୟ କହିଛନ୍ତି କିରଣ ।

ପୂର୍ବତନ ଆଇପିଏସ୍ ଅଧିକାରୀ ବେଦୀ ଅଭିଯୋଗ କରିଛନ୍ତି, ପ୍ରଥମ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ସମୟର ପଞ୍ଜାବ ପୋଲିସର ମହାନିର୍ଦ୍ଦେଶକ ଅନୁପସ୍ଥିତ ଥିଲେ । ଅନୁରୂପ ଭାବେ ରାଜ୍ୟ ଗୃହମନ୍ତ୍ରୀ ତଥା ଗୃହ ସଚିବ ମଧ୍ୟ ଉପସ୍ଥିତ ନଥିଲେ । ଏପରିକି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସତ୍ତ୍ବେ ମଧ୍ୟ ସ୍ଥାନୀୟ ଜିଲ୍ଲାପାଳ ମଧ୍ୟ ଅନୁପସ୍ଥିତ ଥିବା ଅଭିଯୋଗ କରିଛନ୍ତି କିରଣ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହା ଏକ ତ୍ରୁଟି ନୁହେଁ ବରଂ ପୂର୍ବ ଯୋଜନାବଦ୍ଧ ଷଡଯନ୍ତ୍ରର ପରି ସ୍ପଷ୍ଟ ମନେ ହେଉଥିବା କହିଛନ୍ତି କିରଣ ।

ପଞ୍ଜାବରେ ଧାରଣାରତ ଚାଷୀଙ୍କ ରାସ୍ତା ଅବରୋଧ ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କନଭୟ 15-20 ମିନିଟ୍ ପର୍ଯ୍ୟନ୍ତ ଏକ ଫ୍ଲାଏଓଭରରେ ଅଟକି ରହିଥିଲା । ପରେ କାର୍ଯ୍ୟକ୍ରମ ବାତିଲ କରିବା ସହ ଦିଲ୍ଲୀ ଫେରି ଯାଇଥିଲେ ପ୍ରଧାନମନ୍ତ୍ରୀ । ତେବେ ଏହି ଘଟଣାରେ ପଞ୍ଜାବ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି । ଏହାକୁ ସଂଯୋଗବଶତଃ ତ୍ରୁଟି କେହିକେହି କହୁଥିବା ବେଳେ ଏହାକୁ କେହି କେହି ପୂର୍ବ ଯୋଜନାବଦ୍ଧ ବୋଲି କହି ତଦନ୍ତ ଦାବି କରୁଛନ୍ତି । ଏସବୁ ମଧ୍ୟରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିବା ବେଳେ ଏକାଧିକ କେନ୍ଦ୍ରୀୟ ଟିମ ମଧ୍ୟ ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ୧୫୦ ଅଧିକାରୀଙ୍କ ବିରୋଧରେ ଏତଲା ମଧ୍ୟ ଦାୟର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details