ପାନାଜୀ: ସୋସିଆଲ ମିଡିଆ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ରହସ୍ୟ (Sonali Phogat death case)କ୍ରମଶଃ ଜଟିଳ ହେବାରେ ଲାଗିଛି । ଆଜି ସୋନାଲି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମୃତ୍ୟୁ ମମଲା ପୁଣି ଭିନ୍ନ ମୋଡ ନେଇଛି । ପୋଷ୍ଟମର୍ଟମ ରିପୋର୍ଟରେ (Pm report of Sonali Phogat) ସୋନାଲିଙ୍କ ଦେହରେ ଏକାଧିକ ଆଘାତ ଲାଗିଥବା ଜଣାପଡିଥିବା ଅଭିଯୋଗ କରିଛନ୍ତି ସୋନାଲିଙ୍କ ଭାଇ ।
ସୋନାଲିଙ୍କ ଭାଇ ରିଙ୍କୁ ଢାକା କହିଛନ୍ତି, "ପଞ୍ଜୀକୃତ ହୋଇଥିବା ଏତଲା ଅନୁଯାୟୀ ପୋଲିସ ତଦନ୍ତ କରାଯିବା ଉଚିତ୍ । ପୋଷ୍ଟମର୍ଟମ ରିପୋର୍ଟରେ ସୋନାଲିଙ୍କ ଶରୀରରେ ଆଘାତ ଚିହ୍ନ ରହିଛି ବୋଲି ଦର୍ଶାଇଯାଇଛି ।’’ ସେପଟେ ଆଜି (ଗୁରୁବାର) କୌଣସି ତୀକ୍ଷ୍ଣ ଧାର ଥିବା ଅସ୍ତ୍ରରେ ସୋନାଲିଙ୍କୁ ଆକ୍ରମଣ କରାଯାଇନାହିଁ କହିଛି ଘଟଣାର ତଦନ୍ତ କରୁଥିବା ଗୋଆ ପୋଲିସ । ଫୋଗାଟଙ୍କ ମୃତ୍ୟୁକୁ ନେଇ ଭିନ୍ନ ସନ୍ଦେହ କରାଯାଉଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିସାରିଛି । ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।