ନୂଆଦିଲ୍ଲୀ:ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ କାର୍ଯ୍ୟକାଳରୁ ପୂରିଛି 2 ବର୍ଷ । ଏହି ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଚସ୍ପତିଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । 2 ବର୍ଷ କାର୍ଯ୍ୟକାଳ ମଧ୍ୟରେ ସଂସଦରେ ବାଚସ୍ପତିଙ୍କ ସୁପରିଚାଳନାକୁ ପ୍ରଶଂସିତ କରିବା ସହ ପୁରସ୍କାର ଦେଇଛନ୍ତି ।
ମୋଦି ଟ୍ବିଟ କରି କହିଛନ୍ତି ଯେ, 'ଗତ 2 ବର୍ଷ ମଧ୍ୟରେ ବାଚସ୍ପତି ଓମ ବିର୍ଲା ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା ଆମ ସଂସଦୀୟ ଗଣତନ୍ତ୍ରକୁ ସମୃଦ୍ଧ କରିଛି ଏବଂ ଉତ୍ପାଦକତାରେ ମଧ୍ୟ ବୃଦ୍ଧି ପାଇଛି । ଏଥିରେ ଐତିହାସିକ ପ୍ରୋ-ପିପୁଲ୍ ଲେଜିସଲେସନ ବା ଲୋକ ସମର୍ଥକ ଆଇନ ମଧ୍ୟ ରହିଛି ।'