ଓଡିଶା

odisha

By

Published : Dec 9, 2020, 11:34 AM IST

ETV Bharat / bharat

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ସୋନିଆ ଗାନ୍ଧୀଙ୍କ ଜନ୍ମଦିନ
ସୋନିଆ ଗାନ୍ଧୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ । ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍‌ କରି ସେ ସୋନିଆଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।

ସୋନିଆ ଗାନ୍ଧୀଙ୍କ ଜନ୍ମଦିନ

ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି,‘ ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ।’ ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଟ୍ବିଟ୍‌ କରି ସୋନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।

ତେବେ ସୋନିଆ ଗାନ୍ଧୀ 74 ବର୍ଷରେ ପାଦ ଦେଇଛନ୍ତି । ସେ 1946 ମସିହା ଡିସେମ୍ବର 9 ତାରିଖରେ ଜନ୍ମଗ୍ରହଣ କରିଛନ୍ତି । ସୂଚନାଥାଉକି, ଚଳିତ ବର୍ଷ ସୋନିଆ ଗାନ୍ଧୀ ନିଜର ଜନ୍ମଦିନ ପାଳନ କରୁନାହାଁନ୍ତି । କୃଷି ଆଇନକୁ ବିରୋଧ କରି କୃଷକ ଆନ୍ଦୋଳନ ଓ କୋଭିଡ୍‌ ପାଇଁ ସେ ଜନ୍ମଦିନ ପାଳନ କରୁନାହାଁନ୍ତି । ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details