ଓଡିଶା

odisha

ETV Bharat / bharat

ବିଶ୍ବ ଅଲମ୍ପିକ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - PM Narendra Modi

ଆଜି ବିଶ୍ବ ଅଲମ୍ପିକ ଦିବସ । ଏ ଦିବସ ଅବସରରେ ଅଲମ୍ପିକରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା

By

Published : Jun 23, 2021, 10:15 AM IST

Updated : Jun 23, 2021, 10:21 AM IST

ନୂଆଦିଲ୍ଲୀ: ଆଜି ବିଶ୍ବ ଅଲମ୍ପିକ ଦିବସ । ଏ ଦିବସ ଅବସରରେ ଅଲମ୍ପିକରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଲମ୍ପିକ ଦିବସରେ ବର୍ଷ ବର୍ଷ ଧରି ଅଲମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛି । ଅନ୍ୟ ଆଥଲେଟମାନଙ୍କୁ ଉତ୍ସାହିତ କରିବାରେ ସେମାନଙ୍କ ଅବଦାନ ଓ ପ୍ରୟାସ ପାଇଁ ଆମେ ଗର୍ବିତ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଉ କିଛି ସପ୍ତାହ ମଧ୍ୟରେ ଟୋକିଓ ଅଲମ୍ପିକ 2021 ଖେଳ ଆରମ୍ଭ ହେବାରୁ ଯାଉଛି । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରକାଶ ଥାଉ କି, 1894 ମସିହା ଜୁନ୍ 23 ତାରଖରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଗଠନ ହୋଇଥିଲା । ଏହାପରେ 1948 ମସିହାରୁ ପ୍ରତି ବର୍ଷ ଜୁନ 23 ତାରିଖକୁ ଅନ୍ତର୍ଜାତୀୟ ଅଲମ୍ପିକ ଦିବସ ଭାବରେ ପାଳନ କରାଯାଏ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବୟସ,ଲିଙ୍ଗ, ଯୋଗ୍ୟତା ନିର୍ବିଶେଷରେ ଖେଳରେ ଭାଗ ନେବାକୁ ଖେଳାଳିଙ୍କୁ ଉତ୍ସାହିତ କରିବା । ଦୈନନ୍ଦିନ ଜୀବନରେ ଖେଳ ଓ ସ୍ବାସ୍ଥ୍ୟର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା । ଅଲମ୍ପିକ ଜରିଆରେ କ୍ରୀଡାର ପ୍ରଚାର ପ୍ରସାର କରାଯାଇଥାଏ ।

@ANI

Last Updated : Jun 23, 2021, 10:21 AM IST

ABOUT THE AUTHOR

...view details