ଓଡିଶା

odisha

ETV Bharat / bharat

Saryu Canal Project: ଆଜି ଚାଷୀଙ୍କୁ ସରଜୁ କେନାଲ ପ୍ରକଳ୍ପ ଭେଟି ଦେବେ ମୋଦି - ୟୁପିକୁ ପ୍ରଧାନମନ୍ତ୍ରୀଙ୍କ ଭେଟି

ଆଜି(ଶନିବାର) ଉତ୍ତରପ୍ରଦେଶ ୯୮୦୦ କୋଟି ଟଙ୍କାର ସରଜୁ କେନାଲ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆସନ୍ତାକାଲି ୟୁପିରେ Saryu Nahar National Projectର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆସନ୍ତାକାଲି ୟୁପିରେ Saryu Nahar National Projectର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

By

Published : Dec 10, 2021, 1:23 PM IST

Updated : Dec 11, 2021, 7:02 AM IST

ନୂଆଦିଲ୍ଲୀ:ଆଜି(ଶନିବାର) ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ବଳରାମପୁରରେ ପହଞ୍ଚି ୯୮୦୦ କୋଟି ଟଙ୍କାର ସରଜୁ କେନାଲ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ପ୍ରକଳ୍ପ କାମ ୪୦ ବର୍ଷରେ ୫୨ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ୪ବର୍ଷ ମଧ୍ୟରେ ୪୮ ପ୍ରତିଶତ କାମ ଶେଷ ହୋଇଥିବା କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।

ଏହି ପ୍ରକଳ୍ପ ୫ଟି ନଦୀ ତଥା ଘାଗରା, ସରଜୁ, ରାପ୍ଟି, ବାଙ୍ଗାଙ୍ଗା ଏବଂ ରୋହିଣୀକୁ ସଂଯୋଗ କରୁଛି । ଫଳରେ ଏହି ଅଞ୍ଚଳର ଲୋକମାନେ ପ୍ରଚୁର ମାତ୍ରାରେ ଜଳ ବ୍ୟବହାର କରିପାରିବେ । ଏଥିସହ ଏହି ପ୍ରକଳ୍ପ ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳ ଯୋଗାଇବା ସହ ୬୨ ହଜାରରୁ ଅଧିକ ଗାଁର ପ୍ରାୟ ୨୯ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ଉତ୍ତରପ୍ରଦେଶର ୯ଟି ଜିଲ୍ଲା , ପୂର୍ବାଞ୍ଚଳ ୟୁପି-ବାହରାଇଚ୍, ଶ୍ରାବସ୍ତି, ବଳରାମପୁର, ଗୋଣ୍ଡା, ସିଦ୍ଧାର୍ଥନଗର, ବସ୍ତି, ସନ୍ଥ କବୀର ନାଗର, ଗୋରଖପୁର ଏବଂ ମହାରାଜଗଞ୍ଜ ଜିଲ୍ଲାବାସୀ ଏହି ପ୍ରକଳ୍ପ ହେବା ଦ୍ବାରା ଲାଭବାନ ହେବେ ।

@ANI

Last Updated : Dec 11, 2021, 7:02 AM IST

ABOUT THE AUTHOR

...view details